ସଂସଦରେ ଆହତ ହେଲେ ବିଜେପି ସାଂସଦ । ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସଦର ସିଡିରୁ ପଡିଯାଇ ଆହତ ହୋଇଥିବା ସୂଚନା ମିଳିଛି । ତେବେ ପ୍ରତାପ ଷଡଙ୍ଗୀଙ୍କ କହିବା ଅନୁସାରେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଠେଲିଦେବା କାରଣରୁ ସେ ତଳେ ପଡିଯାଇଥିଲେ । ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ବର୍ତମାନ ପ୍ରତାପ ଷଡଙ୍ଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏବଂ ଏହାକୁ ନେଇ ରାଜନୈତିକ ମହଲରେ ବୟାନ ବାଜି ଆରମ୍ଭ ହୋଇଗଲାଣି ।

You can share this post!
author