ରାଜ୍ୟସଭା କମ୍ପାଉଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ବାକ୍ୟବାଣରେ ଶାସକ ଦଳର ନେତାଙ୍କୁ ଘାଇଲା କରୁଛନ୍ତି ସୁଲତା । କେତେବେଳେ ଜିଏସଟିକୁ ନେଇ ତ ଆଉ କେତେବେଳେ ଅନ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟସଭା ଗୃହ ହୁଲସ୍ତୁଲ କରୁଛନ୍ତି ବିଜେଡି ନେତା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ରାଜ୍ୟସଭାରେ ବିଜେଡିର ୭ ସାଂସଦ ରହିଛନ୍ତି । ଆଉ ଏହି ୭ ସାଂସଦ ଶାସକ ଦଳ ଉପରେ ଭାରି ପଡୁଥିବା ନଜର ଆସୁଛି । ଖାସ କରି ସୁଲତା ଦେଓଙ୍କ ସ୍ୱର ବିଜେପି ନେତାଙ୍କ କାନକୁ ବେଶି କଷ୍ଟ ଦେଉଥିବା ଏହି ଭିଡିଓରୁ ସ୍ପଷ୍ଟ ହେଉଛି । ତେବେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ଜିଏସଟି ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ନେତାଙ୍କ ଉପରେ ବର୍ଷିଥିଲେ । କିପରି ଜିଏସଟିକୁ ନେଇ ସରକାର ସାଧାକଣ ଲୋକଙ୍କ ସହ ଖେଳ ଖେଳୁଛନ୍ତି ସେନେଇ ଏକ ରିପୋର୍ଟ ରଖିଥିଲେ । ତେବେ ଶିକ୍ଷାରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଚାର୍ଜ କରୁଛନ୍ତି ଏବଂ ହୀରା ବ୍ୟବସାୟୀଙ୍କ କ୍ଷେତ୍ରରେ ମାତ୍ର ୨ ପ୍ରତିଶତ ଜିଏସଟି ଚାର୍ଜ କରୁଛନ୍ତି । ଏହା ସହ କେନ୍ଦୁପତ୍ରରେ ମଧ୍ୟ କେନ୍ଦ୍ର ସରକାର ଅଧିକ ଜିଏସଟି ଚାର୍ଜ କରୁଥିବା ବେଳେ ଏହାକୁ କମାଇବା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ଏହାକୁ ସରକାର ନଜର ଅନ୍ଦାଜ କରୁଛନ୍ତି । ଯାହାକୁ ନେଇ ସଂସଦରେ ସ୍ୱର ଉଠାଇବା ସହ ବିଜେପିକୁ ସମାଲୋଚନା କରିଛନ୍ତି ସୁଲତା ।

You can share this post!
author