ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସକାଳୁ ସକାଳୁ ନିଆଁ ବର୍ଷୁଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ପାର କରିଥିବା ବେଳେ, ଏହାର କବଳରେ ୧୦ ସହର ରହିଛି । ୩୬ ଡିଗ୍ରୀ ସହ ବାଲେଶ୍ୱର ଓ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବା ବେଳେ କଟକରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୧ ତାରିଖ ଯାଏଁ ଏହିଭଳି ତାତି ରହିବ ବୋଲି ସୂଚନା ମିଳିଛି ।

You can share this post!
author