ଆଜିକାଲି ବଢୁଥିବା ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ । କିଏ ମୋଟା ପଣରୁ ରକ୍ଷା ପାଇବା ପାଇଁ ଡାଏଟ କରୁଛି ତ ଅନ୍ୟକିଏ ଜିମ ଯାଉଛି । କିନ୍ତୁ ଶେଷରେ ମଧ୍ୟ ଏହି ସମସ୍ୟା ଦୂର ହୋଇପାରୁନାହିଁ । ଆଉ କେହି କେହି ଓଜନ କମାଇବା ଲକ୍ଷ୍ୟରେ ସକାଳର ଖାଦ୍ୟ ଓ ରାତି ଖାଦ୍ୟ ଖାଉନାହାନ୍ତି । ଯାହା ଆମ ସ୍ୱାସ୍ଥ୍ୟବସ୍ଥାକୁ ଅଧିକ ବିଗାଡି ଦେଇପାରେ । ତେବେ ଓଜନ କମାଇବା ପାଇଁ ଆମକୁ କେଉଁ ନିୟମ ମନିବାକୁ ପଡିବ ଆସନ୍ତୁ ଜାଣିବା…
ଯଦି ଆପଣ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ଜଙ୍କ ଫୁଡ ଖାଇବାକୁ ଅଣଦେଖା କରନ୍ତୁ । ସୁସ୍ଥ ଏବଂ ସ୍ଲିମ ଫିଗର ଚାହୁଁଥିଲେ ସନ୍ତୁଳିତ ଖାଦ୍ୟ ସେବନ କରନ୍ତୁ । ପ୍ରତିଦିନ ସକାଳୁ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖାଇବା ଦ୍ୱାରା ପେଟର ଚର୍ବି କମିବା ସହିତ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଯଦି ସ୍ଲିମ ଫିଗର ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ ନଖଉଷୁମ ପାଣି ପିଅନ୍ତୁ । ଏହାଛଡା ଆପଣ ଏହି ଡ୍ରିଙ୍କସରେ ଲେମ୍ୱୁରସ ଓ ମହୁ ମିଶାଇ ପିଇପାରିବେ ।
ସକାଳ ଜଳଖିଆ କରିବା ସମୟରେ ତେଲ ଜାୟୀତ ଖାଦ୍ୟ ଖାଆନ୍ତୁ ନାହିଁ । ବରଂ ସକାଳ ଖାଇବାରେ ପ୍ରୋଟିନ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । କାଜୁ ଆଲମଣ୍ଡ ଭଳି ଡ୍ରାଏ ଫୁଟସ ଖାଇବା ଦ୍ୱାରା ଏହା ଶରୀରରେ ଶକ୍ତି ବଢାଇଥାଏ । ଖାଲି ସେତିକି ନୁହେଁ ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ନିୟମିତ ବ୍ୟାୟାମ କରନ୍ତୁ । ନିୟମିତ ବ୍ୟାୟାମ କରିବା ଦ୍ୱାରା ମାଂସପେଶୀକୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରୁହେ । ଆଜିକାଲି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ଏକ ମୁଖ୍ୟ କାରଣ ହେଉଛି ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା । ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ତେଣୁ ଏପରି ଖାଦ୍ୟ ଖାଇବାରୁ ବିରତ ରୁହନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ । ଏହି ସବୁ ନିୟମ ଆପଣାଇବା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ ।