ସଙ୍ଗେ ସଙ୍ଗେ କାଶ୍ମୀର ବାହାରିଲେ ନବୀନ !

ସଙ୍ଗେ ସଙ୍ଗେ କାଶ୍ମୀର ବାହାରିଲେ ନବୀନ !

ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କି ବଡ ଯୁଦ୍ଧ ? ଦିଲ୍ଲୀରେ ବସୁଛି ଘନ ଘନ ବୈଠକ ପାକିସ୍ତାନକୁ ମାଟିରେ ମିଶାଇବାକୁ ଚାଲିଛି କି ବଡ ପ୍ଲାନିଂ ? କେଉଁଦିନ ଯୁଦ୍ଧ ଘୋଷଣା କରିବେ ମୋଦି ? ଏପ୍ରିଲ 22 ତାରିଖରେ କାଶ୍ମୀର ପହଲଗାମଠାରେ ଯେଉଁ ଘଟଣା ଘଟିଲା ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧକ୍ଷତାରେ ଘନ ଘନ ବୈଠକ ବସୁଛି । ନିରୀହ ପର୍ଯ୍ୟଟକଙ୍କୁ ନ୍ୟାୟ ଦେଇ ଦେଶ ବାସୀଙ୍କୁ ସୁରକ୍ଷା ଦେବା ପାଇଁ ବଡ ପ୍ଲାନ କରୁଛନ୍ତି ଭାରତ ସରକାର ।

ଆଜି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ ବସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନଏସଏ ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ଅଛନ୍ତି । ଏଥିରେ ବଡ଼ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ସେପଟେ ସବୁ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର। ପହଲଗାମ, ବୈସାରଣ ଭ୍ୟାଲି ଆକ୍ରମଣ ତଦନ୍ତରେ ମିଳୁଥିବା ବଡ଼ ବଡ଼ ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ପହଲଗାମ ଆକ୍ରମଣକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବଂ କେନ୍ଦ୍ର ସରକାରଙ୍କୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟଦଳର ନେତାମାନେ ମଧ୍ୟ ସହଯୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ଅପରପକ୍ଷେ ସୀମାରେ ଏବେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି । ଚତୁର୍ଥ ଦିନରେ ଏଲଓସିରେ ଫାୟାରିଂ କରିଛନ୍ତି ପାକ୍ ସେନା । ପଡୋଶୀ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।

author

Related Articles

Leave a Reply

Your email address will not be published. Required fields are marked *