ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚ଼ିବ ଶୁଭା ଶର୍ମା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତ କରିଛନ୍ତି। ପ୍ରଥମ ଦିବସରେ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଆଦିବାସୀ ହାଇସ୍କୁଲ ଠାରେ ପହଞ୍ଚି ବିଦ୍ୟାଳୟରେ ଶିକ୍ଷକ ଅଭାବ ଜନିତ ସମସ୍ୟା, ପାଣି, ଖାଦ୍ୟ, ବିଲଡ଼ିଙ୍ଗ ,ଖେଳପଡ଼ିଆ ଆଦି ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷକଙ୍କ ଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରି ପଚ଼ାରି ବୁଝିଥିଲେ।ଏହାପରେ ସଚ଼ିବ ମୋହନା ସ୍ଥିତ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରକୁ ଯାଇ କାର୍ଯ୍ୟରତ ମହିଳାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମକା ମିଶନ୍, ବିୟୁଟି ପାର୍ଲର, ସିଲାଇ ତାଲିମ୍ କେନ୍ଦ୍ର, ବିଭିନ୍ନ ପ୍ରକାର ସାମଗ୍ରିର ଖୁଚୁରା ବିକ୍ରୟ କେନ୍ଦ୍ର,ଦେଶୀ ଜିନିଷରେ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଓ ମହିଳାମାନଙ୍କ ସହିତ ସୁଭଦ୍ରା ଯୋଜନା ସଂପର୍କରେ ପଚ଼ାରି ବୁଝିଥିଲେ। ଅପରାହ୍ନରେ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ପାଚେରୀ, ଶ୍ରେଣୀ ଗୁଡ଼ିକରେ ଛାତ୍ର ଛାତ୍ରୀ ସଂଖ୍ୟା ଆଦି ସମସ୍ୟା ଉପରେ ଅବଗତ ହେବା ସହିତ ପ୍ରଥମରୁ ତୃତୀୟ ଶ୍ରେଣୀ ବିଦ୍ୟାର୍ଥୀ କିପରି ସହଜରେ ପାଠ ପଢିବା, ଲେଖିବା ଓ ଜାଣିବା ଉପରେ ଆଲୋଚନା କରିଥିଲେ।ଏହାପରେ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣୀ ଆଦର୍ଶ ଗ୍ରାମକୁ ଯାଇ ମହିଳାମାନଙ୍କ ସହିତ ସୁଭଦ୍ରା ଯୋଜନା ସଂପର୍କରେ ଓ ଗ୍ରାମର ସମସ୍ୟା ଉପରେ ପଚ଼ାରି ବୁଝିଥିଲେ। ମୁଖ୍ୟ ସଚ଼ିବ ଶ୍ରୀମତି ଶର୍ମାଙ୍କ ସହିତ ଜିଲ୍ଲା ପ୍ରକଳ୍ପ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼କ୍ଟର ଗୁଣନିଧି ନାୟକ,DSW ମନୋରମା ଦେବୀ, ବିଡ଼ିଓ ରାଜୀବ କୁମାର ଦାଶ, ତହସିଲଦାର ସତ୍ୟବାନ ନାୟକ,BE0 ନରେନ୍ଦ୍ର କୁମାର ବେହେରାଙ୍କ ସମେତ ବ୍ଲକର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025