ସଶକ୍ତ ହେଉଛି ବିଜୁ ଜନତା ଦଳ ନୂଆ ରୂପରେ ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତାଙ୍କୁ ହେବ ତାଗିଦ କାର୍ଯ୍ୟରେ ଢିଲା କଲେ ନବୀନ ନେବେ କାର୍ଯ୍ୟାନୁଷ୍ଠାନ । ନିର୍ବାଚନକୁ ଛଅମାସ ବିତିଯାଇଥିଲେ ସୁଦ୍ଧା ପୂର୍ବରୁ ବିଜୁ ଜନତା ଦଳର ଅବସ୍ଥା ଯାହା ରହିଥିବା ଏବେ ମଧ୍ୟ ସେହିପରି ରହିଛି । ନବୀନଙ୍କ ଉପରୁ ଭରସା ତୁଟାଇ ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି ଯେଉଁଥିପାଇଁ ନବୀନଙ୍କ ମୁଣ୍ଡରେ ଚଡକ ପଡିଛି । ଗୋଟିଏ ପଟେ ସମସ୍ତ ବ୍ଲକ ଓ ଜିଲ୍ଲା ଗୁଡିକରେ ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଚାଲୁ ରହିଥିବା ବେଳେ ଖୁବଶୀଘ୍ର ଟାର୍ଗେଟ ଛୁଇଁବାକୁ ଲକ୍ଷ୍ୟ ରଖାଯାଇଛି । ଶୀତକାଳୀନ ବିଧାନସଭା ଅଧିବେଶନ ଶେଷ ହୋଇଥିବା ବେଳେ ଗୃହରେ ଶାସକ ଦଳକୁ ଟାର୍ଗେଟ କରିବାରେ ଫେଲ ମାରିଛନ୍ତି ବିଜେଡି ବିଧାୟକ । ନାନା ସମସ୍ୟା ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଗୃହରେ ନବୀନଙ୍କ ଫର୍ମୁଲା ପଛରେ ପଡିଗଲା ।
ଗୋଟିଏ ପଟେ ବିଜେଡିର ସାଂସଦଙ୍କ ଠାରୁ ଯେ ତୃଣମୂଳ ସ୍ତରର କର୍ମୀମାନେ ବିଜେପି ମୁହାଁ ହେବାରେ ଲାଗିଥିବା ବେଳେ ଦଳକୁ କିପରି ଆୟତ୍ତ କରିବେ ସେ ଦିଗରେ ନୂଆ ରଣନୀତି ଆରମ୍ଭ କରିଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳର ସଙ୍ଗଠନ ନବୀନଙ୍କ ଚିନ୍ତା ବଢାଇଥିବା ବେଳେ ଆଗାମୀ ଦିନରେ ଦଳକୁ ଆୟତ୍ତ କରିବା ପାଇଁ ମାରାଥନ ବୈଠକ ଚଳାଇଥିଲେ ନବୀନ ପଟ୍ଟନାୟକ । ସମସ୍ତଙ୍କୁ ମନ୍ତ୍ର ଦେବା ସହ ଆଗାମୀ ଦିନରେ ବିଜେଜି ଏକ ବଡ ଧରଣର ଆନ୍ଦୋଳନ କରିବାକୁ ଯାଉଥିବା କୁହାଯାଉଛି । କାହିଁକିନା ଦରଦାମ ବୃଦ୍ଧି ନେଇ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ଏବେ ପର୍ଯ୍ୟନ୍ତ ବାହାରି ପାରୁନାହିଁ । ଯେଉଁଥିପାଇଁ ବିଜେଡି ଆଗାମୀ ଦିନରେ ବଡ ଧରଣର ରାଜ୍ୟବ୍ୟାପୀ ଆନ୍ଦୋଳନ କରିପାରେ ।
ନିର୍ବାଚନର ପରାଜୟକୁ ଛଅମାସ ବିତିଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ସେ ସଦମାରୁ ନବାହାରି ଏବେ ବି କିଛି ନେତା ରାଜନୀତିରେ ସକ୍ରିୟ ହେଉନାହାନ୍ତି । ସେମାନଙ୍କୁ ଦମ୍ଭ ଦେଇ ଆଗାମୀ ଦିନରେ ବିଜେଡି କିପରି ନିଜେ ସଶକ୍ତ ହେବ ସେ ନେଇ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ।