ସଡକ ସୁରକ୍ଷା ଓ ସ୍ବଛ ଭାରତ ଅଭିଯାନ ସଚେତନତା

ସଡକ ସୁରକ୍ଷା ଓ ସ୍ବଛ ଭାରତ ଅଭିଯାନ ସଚେତନତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ଼ ବ୍ଲକର ବିରାଶାଳ ସ୍ଥିତ ସଂଷ୍କାର ପବ୍ଲିକ ସ୍କୁଲ ତରଫରୁ ଏକ ସଡକ ସୁରକ୍ଷା ଓ ସ୍ବଛ ଭାରତ ଅଭିଯାନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।କିଭଳି ସୁରକ୍ଷିତ ଭାବେ ଗାଡି ଚଳାଇବା ସହ ସହରକୁ ସ୍ବଛତା ରଖିହେବ ସେ ବିଷୟରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସହକାରି ଜିଲ୍ଲାପାଳ ଦିପକ କୁମାର ମିଶ୍ର,ସବଇନିଶପେକ୍ଟର ସ୍ବର୍ଣଲତା ସାହୁ ପ୍ରମୂଖ ଯୋଗଦେଇଥିଲେ।ସ୍କୁଲର ଛାତ୍ର ଛାତ୍ରି ମାନେ ହାତରେ ଫ୍ଲାଗ କାର୍ଡ ଧରି ସହର ପରିକ୍ରମା କରିବା ସହ ସ୍ବଛତା ଉପରେ ସଚେତନ କରାଇଥିଲେ।ଶେଷରେ ସ୍କୁଲର ଛାତ୍ରଛାତ୍ରି ମାନେ ଥାନା ସମୁଖରେ ସଡକ ସୁରକ୍ଷା ଉପରେ ସଚେତନତା ନେଇ ୩ଟି ନାଟକ ପରିବେଷଣ କରିଥିଲେ।ଯୋରରେ ଗାଡି ଚଳାଇଲେ କିପରି ଭାବରେ ଗାଡି ଦୂର୍ଘଟଣା ହେଉଛି।ତାହାକୁ ଯମରାଜ କିପରି ଭାବେ ଆସି ତାଙ୍କୁ ନେଇ ଯିବା ସହ ଚିତ୍ରଗୁପ୍ତ ତାହାର ସମସ୍ତ ହିସାବ ରଖୁଛି ସେସବୁକ ବିସ୍ତୃତ ଭାବରେ ଛାତ୍ରଛାତ୍ରି ମାନେ ନାଟକ ମାଧ୍ୟମରେ ପରିବେଷଣ କରିଥିଲେ।ଲକ୍ଷ ରହିଛି ସଡକ ଦୂର୍ଘଟଣା କମାଇବା ଓ ସହର ତଥା ଆଖପାଖକୁ ସଫା ରଖିବା।ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରି ଉପସ୍ଥିତ ରହି ସହଯୋଗ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *