ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସତ୍ୟବଦୀରୁ ନିର୍ବାଚନ ଲଢିବେ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଲଢିବେ । ନବୀନ ନିବାସରେ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ଦଳ ପକ୍ଷରୁ ଖୁବଶୀଘ୍ର ଏହା ଘୋଷଣା କରାଯିବ । ସତ୍ୟବାଦୀ ଆସନ ବିବାଦକୁ ନେଇ ବୁଧବାର ପ୍ରଥମେ ଶଙ୍ଖ ଭବନରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନବୀନ ନିବାସ ଯାଇଥିଲେ ସଞ୍ଜୟ ଦାସବର୍ମା । ଏଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ଯେଉଁଥିରେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢିବେ ବୋଲି ନିଷ୍ପତ୍ତି ହୋଇଥିଲା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025