ସନାଙ୍କ ଉପରେ ରାଗିଲେ ନବୀନ

ସନାଙ୍କ ଉପରେ ରାଗିଲେ ନବୀନ

ନବୀନଙ୍କ ଏମିତି ରୂପ କେବେ ଦେଖିନଥିବେ . ସନାଙ୍କ ଉପରେ ରାଗିଲେ ନବୀନ . ବିଧାୟକ ଦଳର ବୈଠକକୁ ଆସିନଥିବାରୁ ହେଲେ ବୀରକ୍ତି . ଯାହାର ଭିଓିଡ଼ ବିଧାନସଭା ପରିସରରୁ ଏବେ ଭାଇରାଲ ହେବାରେ ଲାଗିଛି . ତେବେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିଧାନସଭାରେ ପହଂଚିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ . ସେଠାରେ ସେ ବିଧାୟକ ସନାତନ ମହାକୁଡଙ୍କୁ ଦେଖିବା ପରେ ପଚାରିଥିଲେ କାଲି କାହିଁକି ଆସିଲେନି . ଏହାପରେ ସନାତନ ଉତର ଦେଇଥିଲେ ଦେହ ଖରାପ ଥିଲା . ସନାଙ୍କ ମୁହଁରୁ ଏପରି କଥା ଶୁଣି ନବୀନ ହଠାତ କହିଥିଲେ ଆଜି କଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ. ଯାହା ବର୍ତମାନ ବିଭିନ୍ନ ମିଡିଆରେ ସିରୋନାମା ପଲଟିଛି . କାରଣ ଆଗରୁ ନବୀନଙ୍କ ଏପରି ରୂପକେହି କେବେ ଦେଖିନଥିଲେ . ପ୍ରଥମ ଥର ଏପରି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ .

ତେବେ ଗତ କାଲି ଶଙ୍ଖଭବନରେ ଅଧିବେଶନ ପୂର୍ବରୁ ବିଜେଡ଼ିର ଏକ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା .ଯେଉଁଥିରେ ନବୀନ କିପରି ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହକର ଲଢ଼େଇ ଲଢ଼ିବା ପାଇଁ ନବୀନ ଆହ୍ୱାନ ଦେଇଥିଲେ .ତେବେ ବିଧାନସଭା ବଜେଟ ଅଧିବେଶ ପୂର୍ବରୁ ବିଧାୟକ ଦଳ ବୈଠକରେ ସାମିଲ ହୋଇବିଧାନସଭାରେ ଲୋକଙ୍କ ସ୍ୱର ସାଜିବାକୁ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ . ତେବେ ସେଠାରେ ସମସ୍ତ ବିଧାୟକ ବରିଷ୍ଠ ନେତା ମାନେ ଉପସ୍ଥିତି ଥିବା ବେଳେ କେବଳ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ା ଉପସ୍ଥିତ ନଥିଲେ . ଏହାକୁ ନେଇ ଆଜି ନବୀନ ବିଧାନସଭା ପରିସରରେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି .ତେବେ କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ସନାସନ ମହାକୁଡ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା . ଆଉ ତାଙ୍କୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଖିବାକୁ ମିଳିଥିଲା . ଆଉ ଅପରପକ୍ଷେ ବିଧାୟକ ବିଜେଡ଼ି ବିଧାୟକ ଦଳ ବୈଠକରେ ସାମିଲ ନହେବା ଆଉ ସମସ୍ତଙ୍କ ସାମ୍ନାରେ ନବୀନଙ୍କ ତାଙ୍କୁ ଏପରି କହିବା ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି .

author

Related Articles

Leave a Reply

Your email address will not be published. Required fields are marked *