ସନାଙ୍କ ପରେ କାହା ପାଳି ?

ସନାଙ୍କ ପରେ କାହା ପାଳି ?

ବିଧାନସଭା ଅଧିବେଶନ ଆରମ୍ଭ ଦିନରୁ ନବୀନଙ୍କ ନୂଆ ରୂପ । ବିଧାନସଭାରେ ଏଣ୍ଟ୍ରି କରୁ କରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଲେ ଟାର୍ଗେଟ । ନିଜ ଦଳର ବିଧାୟକଙ୍କୁ ପ୍ରଶ୍ନ କଲେ ଏବଂ ଏମିତି କହିଲେ ଯେ ଯାହା ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚା ବଢାଇଛି । ହଁ ଦର୍ଶକବନ୍ଧୁ ଫେବୃୟାରୀ 13 ତାରିଖରୁ ଆରମ୍ଭ ହୋଇଯାଇଛି ବଜେଟ ଅଧିବେଶନ । ପ୍ରଥମ ଦିନରେ ନବୀନ ମାରିଛନ୍ତି ତେରଚ୍ଛା ବାଣ । ଅଧିବେଶନ ଆରମ୍ଭ ପୂର୍ବରୁ ଶଙ୍ଖଭବନରେ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ କିନ୍ତୁ ଏହି ବୈଠକରେ ଅନୁପସ୍ଥିତ ଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ରାଗ ଗର ଗର ନବୀନ । ସନାଙ୍କୁ କଲେ ତାଗିଦ କହିଲେ ବୈଠକକୁ କାହିଁକି ଆସିଲନି । ଦଳର ଅନୁଶାସନକୁ ବଜାୟ ରଖିବା ପାଇଁ ପୁଣି ଏକ ନୂଆ ଅନ୍ଦାଜରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି ।

ବାରମ୍ୱାର ବୈଠକକୁ ବୟକଟ କରୁଥିବା ସନାଙ୍କୁ ନବୀନଙ୍କ ତାଗିଦ ଏବେ ମହଙ୍ଗା ପଡିଛି । ବିଧାୟକଙ୍କୁ ଅନୁଶାସନର ପାଠ ପଢାଇଲେ ମୁହେଁ ମୁହେଁ ଏମିତି କହିଲେ । ପୂର୍ବରୁ ହେଉଥିବା ବିଧାୟକ ଦଳ ବୈଠକରେ ସନାତନ ମହାକୁଡ ଅନୁପସ୍ଥିତ ରହୁଥିଲେ ଏବଂ ମଝିରେ ସନାଙ୍କର ଯେଉଁ ଭିଡିଓ ଭାଇରାଲ ହୋଇଥିଲା ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଥିଲା । ଯେ ସନା ଏବେ ବିଜେପି ମୁହାଁ ।

ବିଧାନସଭାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ଅନେକ ବିଜେଡି ବିଧାୟକମାନେ ରହିଥିଲେ ଏବଂ ସେଠାରେ ଉପସ୍ଥିତ ଥିଲେ ସନା ମହାକୁଡ । ହଠାତ ନବୀନ ତାଙ୍କୁ ଦେଖି ରାଗିଯାଇଥିଲେ ଏବଂ ଏପରି କିଛି ପ୍ରଶ୍ନ କରିଥିଲେ । ତେବେ ଗଣମାଧ୍ୟମ ପ୍ରତିକ୍ରିୟାରେ ସନା କହିଛନ୍ତି କି ମୁଁ ବିଜେଡି ସହ ଥିଲି ଅଛି ଓ ରହିବି । ମୁଖ୍ୟମନ୍ତ୍ରୀ କୌଣସି ଦଳର ନୁହଁନ୍ତି ବରଂ ସେ ଓଡିଶାର ମୁଖ୍ୟମନ୍ତ୍ରୀ ।

ତେବେ ଚର୍ଚ୍ଚା ସନାଙ୍କୁ ନବୀନଙ୍କ ଏପରି ତାଗିଦ ଦେଖି ବିଜେଡିରୁ ଡିଆଁ ମାରି ଅନ୍ୟଦଳକୁ ଯିବା ପାଇଁ ବସିଥିବା ନେତାଙ୍କୁ ଏବେ ଚିନ୍ତା ଘାରିଲାଣି । ହଠାତ୍ ନବୀନଙ୍କ ଏପରି ଆକ୍ସନ ମୁଡରେ ଛାନିଆ ହେଲେଣି ଖୋଦ ବିଜେଡି ନେତା । ତେବେ ଆଗାମୀ ଦିନରେ ନିଜ ଦଳକୁ ସୃଦୃଢ କରିବା ପାଇଁ ନବୀନ କେଉଁ ନୂଆ ରଣନୀତି କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *