ବ୍ୟସ୍ତବହୁଳ ଦୁନିଆରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ କରିବା ସମସ୍ତଙ୍କର କାମ୍ୟ । ସୁନ୍ଦର ଏବଂ ସୁସ୍ଥ ଜୀବନଶୈଳୀ ବଞ୍ଚିବାକୁ ହେଲେ ଆମକୁ ଆମ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ପାଇଁ ପଡିବ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ମଧ୍ୟ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଯାଇଛି । ଉତ୍ତମ ଖାଦ୍ୟ ଖାଇବା ଓ ପାନୀୟ ଜଳ ବ୍ୟବହାର କରିବା ଦ୍ୱାରା ଶରୀର ଠିକ ରହିଥାଏ । ତେବେ ଆପଣମାନେ ଯଦି ସପ୍ତାହକୁ ଦୁଇଥର ଚୁନା ମାଛ ଖାଉଛନ୍ତି ତେବେ ଆପଣଙ୍କୁ ମିଳିବ ଗଜବ ଫାଇଦା । ତେବେ ଚୁନାମାଛ ଖାଇବା ଦ୍ୱାରା ଶରୀରକୁ କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ଏହି ଭିଡିଓରେ…
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ ଥାଏ । ଯାହା ହୃଦରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଆମେରିକା ହାର୍ଟ ଆସୋସିଏସନର ବୈଜ୍ଞାନିକଙ୍କ ପରାମର୍ଶରେ ଏହି ଦାବି କରାଯାଇଛି। ଆମେରିକାର ଜଣେ ପ୍ରଫେସରଙ୍କ ମତରେ ଓମେଗା ୩ ଫ୍ୟାଟି ଏସିଡ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ; ବିଶେଷକରି ହୃତପିଣ୍ଡ ପାଇଁ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ଗବେଷଣାରେ ସାମିଲ ଲୋକଙ୍କୁ ସପ୍ତାହକୁ ଦୁଇଥର ମାଛ ଖାଇବାକୁ ଦିଆଯାଇଥିଲା, ଯେଉଁଥିରେ ଓମେଗା ୩ ଫ୍ୟାଟି ଏସିଡ ସ୍ତର ଅଧିକ ଥିଲା । ନିଷ୍କର୍ଷରେ ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ହୃଦରୋଗ ଜନିତ ସମସ୍ୟା ଥିଲା ତାହା ଅନେକ ମାତ୍ରାରେ ହ୍ରାସ ପାଇଥିଲା। ଯେଉଁମାନେ ହୃଦରୋଗରେ ପୀଡ଼ିତ ହେବାକୁ ଯାଉଥିଲେ ସେମାନଙ୍କ ହୃତପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଆଡ଼କୁ ଗତି କରିଥିଲା । ତେବେ ଗବେଷଣାରୁ ସ୍ପଷ୍ଟ ଯେ ଆମ ଶରୀର ପାଇଁ ଚୁନାମାଛ କେତେ ଉପକାରୀ ଏବଂ ଏହା ଖାଇବା ଦ୍ୱାରା ଆମ ଶରୀରକୁ କେଉଁ ଲାଭ ମିଳିଥାଏ ।