ଉତ୍ତରାଖଣ୍ଡ ଉତ୍ତରାକାଶୀରେ ଥିବା ସୁଡଙ୍ଗ ଭିତରେ ଫସି ରହିଛନ୍ତି 40 ଶ୍ରମିକ । ତେବେ କେବେ ସେମାନଙ୍କୁ ଉଦ୍ଧାର କରାଯିବ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆମେରିକାରୁ ଆସୁଥିବା ଅଗର ମେସିନ ସାହାଯ୍ୟରେ ଖୋଳାଯାଇ ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାହା ଖରାପ ହୋଇଯାଇଛି । ଏବେ ମଧ୍ୟପ୍ରଦେଶ ଇନ୍ଦୋରରୁ ଆଉ ଦୁଇଟି ନୂଆ ଡ୍ରିଲିଂ ମେସିନ୍ ଅଣାଯାଉଛି । ସେପଟେ ଗ୍ୟାସ କଟର ସାହାଯ୍ୟରେ ଖୋଳିବାକୁ ପ୍ରୟାସ ହୋଇଛି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯ୍ୟ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ମାନସିକ ଅସ୍ଥିରତା ଦେଖାଦେଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025