ସଫଳ ହେଲା କେସିଆରଙ୍କ ଅସ୍ତ୍ରୋପ୍ରଚାର, ଗାଧୁଆଘରୁ ପଡିଯାଇ ଆହତ ହୋଇଥିଲେ

ସଫଳ ହେଲା କେସିଆରଙ୍କ ଅସ୍ତ୍ରୋପ୍ରଚାର, ଗାଧୁଆଘରୁ ପଡିଯାଇ ଆହତ ହୋଇଥିଲେ
Siddipet: Bharat Rashtra Samithi (BRS) president K. Chandrashekar Rao greets supporters, at his residence in Siddipet district, Wednesday, Dec. 6, 2023. (PTI Photo)(PTI12_06_2023_000242B)

ଗତ କିଛି ଦିନ ତଳେ ପଡିଯାଇ ଗଭୀର ଆଘାତ ଲାଗିଥିଲା ବିଆରଏସ ନେତା ଏକସିଆରଙ୍କର ତେବେ ତାଙ୍କର ଅସ୍ତ୍ରେୀପ୍ରଚାର ସଂପୂର୍ଣ୍ଣ ରୂପେ ସଫଳ ହୋଇଛି । ସେ ଏବେ ଯଶୋଦା ହସ୍ପିଟାଲରେ ଅଛନ୍ତି । ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରୀ କର୍ମଚାରୀମାନେ ‘କେସିଆର୍’ଙ୍କ ନିତମ୍ବାସ୍ଥି ଖଞ୍ଜା ପ୍ରତିରୋପଣ ନିମନ୍ତେ ଅସ୍ତ୍ରୋପଚାର କରିଥିଲେ।
ଶୁକ୍ରବାର ରାତିରେ ଡାକ୍ତରଖାନା ଜାରି କରିଥିବା ‘ହେଲ୍ଥ୍ ବୁଲେଟିନ୍’ରେ କହିଛି, ବ୍ୟବସ୍ଥିତ ଭାବେ ରାଓଙ୍କ ବାମପାର୍ଶ୍ବ ନିତମ୍ବାସ୍ଥିର ସମ୍ପୂର୍ଣ୍ଣ ପ୍ରତିରୋପଣ କରାଯାଇଛି। ଏଥି ନିମନ୍ତେ କରାଯାଇଥିବା ଅସ୍ତ୍ରୋପଚାରକୁ ସେ ଖୁବ୍ ସହ୍ୟ କରିଛନ୍ତି ଓ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସ୍ବାଭାବିକ ଥିଲା।
ଅସ୍ତ୍ରୋପଚାର ପରେ ରାଓଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି ଓ ସେ ସୁସ୍ଥ ହେଉଛନ୍ତି। ୬ରୁ ୭ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ତାଙ୍କୁ ସାଲାଇନ୍, ସଂକ୍ରମଣ ପ୍ରତିରୋଧକାରୀ ଆଣ୍ଟିବାୟୋଟିକ୍ ଓ ଯନ୍ତ୍ରଣାନାଶକ ଔଷଧ ଦିଆଯାଉଛି। ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଚଳପ୍ରଚଳ କରିବା, ଫିଜିଓଥେରାପି ଦେବା ଓ ପୋଷକତତ୍ତ୍ବ ଦେବା ବିଷୟରେ ବିଚାର କରାଯିବ ବୋଲି ଡାକ୍ତରଖାନା ଜାରି କରିଥିବା ବୁଲେଟିନ୍ରେ କୁହାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *