ସଭାପତି ଚିନ୍ତାରେ ବିଜେପି-କଂଗ୍ରେସ

ସଭାପତି ଚିନ୍ତାରେ ବିଜେପି-କଂଗ୍ରେସ

ସମାନ ଦ୍ୱନ୍ଦ୍ୱରେ ଛନ୍ଦି ହୋଇଛନ୍ତି ବିଜେପି ଏବଂ କଂଗ୍ରେସ । ଦୁଇ ଦଳକୁ ଘାରିଛି ସଭାପତି ଚିନ୍ତା । ବିଜେପି ସରକାରକୁ ଆସିବାର କିଛି ମାସ ପରେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିରେ ଦଳର ନବକଳେବର ହେବାସହ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବାକୁ ଥିବା ପୂବରୁ ଘୋଷଣା ହୋଇଥିଲା । ହେଲେ ନୂଆ ବର୍ଷ ଯାଇ ଜାନୁଆରୀ ଅଧା ହେଲାଣି ହେଲେ ଏଯାଏଁ ବିଜେପିକୁ ନୂଆ ମୁଖିଆ ମିଳିପାରିଲା ନାହିଁ । ଅନ୍ୟପଟେ ଗତ ଜୁଲାଇ ମାସରୁ କଂଗ୍ରେସର ସମସ୍ତ କମିଟି ଏଆଇସିସି ଭାଙ୍ଗିଦେଇଥିବାବେଳେ ନୂଆ କମିଟି ସହ ମୁଖିଆ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ୬ ମାସ ଧରି ଖାଲି ପଡିଥିବା ପିସିସି ପଦରେ କିଏ ବସିବେ ସେ ପ୍ରଶ୍ନରେ ପୂଣ୍ଣଚ୍ଛେଦ ପଡୁନି । ଯେଉଁ ଷ୍ଟିଅରିଂ କମିଟି ଗଠନ ହୋଇଛି ତାହା ମଧ୍ୟ କୋମା ଷ୍ଟେଜରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଏହି ଦୁଇ ଦଳକୁ କେେବେ ମୁଖିଆ ମିଳିବ ଏବଂ କିଏ ଏହି ଦୁଇ ଦଳର ମଙ୍ଗ ଧରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *