ସଭାରେ ନିଜ ଦଳର ବିଧାୟକଙ୍କ ନାଁ ଭୁଲିଗଲେ ମୋହନ…!

ସଭାରେ ନିଜ ଦଳର ବିଧାୟକଙ୍କ ନାଁ ଭୁଲିଗଲେ ମୋହନ…!

ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଭିଡିଓ । ସାଧାରଣ ସଭାରେ ଏ କଣ କରିଦେଲେ ମୋହନ । ନିଜ ଦଳର ବିଧାୟକଙ୍କ ନାଁ ବି ଭୁଲିଗଲେ । ହଁ ଆଜ୍ଞା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁଣି ଏକ ଭିଡିଓ ଚର୍ଚ୍ଚାରେ ରହିଛି । ନିଜ ଦଳର ବିଧାୟକଙ୍କ ନାଁ ଭରା ସଭାରେ ଭୁଲିଯିବା କାରଣରୁ ମୋହନଙ୍କୁ ଥଟ୍ଟା କରାଯାଉଛି । ତେବେ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ । ସେଠାରେ ଠାକୁରାଣୀ ଯାତ୍ରାରେ ସାମିଲ ହେବା ସହ ଚିକିଟି ବିଧାନସଭା ଅନ୍ତର୍ଗତ ଭୀମପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଉତ୍ସବରେ ସାମିଲ ହୋଇଥିଲେ । ଏବଂ ଏହି ସମୟରେ ସେ ସଭାରେ ଭାଷଣ ଦେଉଥିବା ସମୟରେ ଚିକିଟି ବିଧାୟକଙ୍କ ନାଁ ଭୁଲି ଯାଇଥିବା ଦେଖିବାକୁ ମିଳିଥିଲ।। ଏପରିକି ତାଙ୍କର ନାଁ କଣ ବାରମ୍ବାର ପଚାରୁଥିବା ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

author

Related Articles

Leave a Reply

Your email address will not be published. Required fields are marked *