ସଭା ବିଜେପିର କିନ୍ତୁ ଗୀତ ନବୀନଙ୍କର

ସଭା ବିଜେପିର କିନ୍ତୁ ଗୀତ ନବୀନଙ୍କର

ସଭା ବିଜେପିର କିନ୍ତୁ ଗୀତ ନବୀନଙ୍କର । ବଡ ବଡ ପୋଷ୍ଟର ମୋଦି- ମୋହନଙ୍କର କିନ୍ତୁ କ୍ରେଜ ନବୀନଙ୍କର । ହଁ ଆଜ୍ଞା, ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ବିବାହ ଉତ୍ସବ, ପିକନିକ, କାଶ୍ମୀର ପରେ ଏବେ ବିଜେପି ସଭାରେ ବି ନବୀନଙ୍କ ଗୀତ ବାଜୁଥିବା ଏବଂ ଏ ଗୀତରେ ପିଲାଏ ଝୁମୁଥିବା ଦେଖିବାକୁ ମିଳିଛି । ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ସରାଙ୍ଗରେ ଆୟୋଜିତ ଏକ ବିଜେପି କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।
ଗେରୁଆ ରଙ୍ଗର କପଡା ବନ୍ଧା ହୋଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୋଷ୍ଟର ବି ଲାଗିଛି । ହେଲେ ସେଠାରେ ଉପସ୍ଥିତ ଥିବା ପିଲାମାନେ ନବୀନଙ୍କ ଫେମସ୍ ଗୀତ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ବଜାଇ ନାଚୁଥିବା ଦେଖିବାକୁ ମିଳିଛି । ତେବେ ଏ ଦୃଶ୍ୟ ସଭା ଶେଷର ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଗେରୁଆ ସଭାରେ ବିଜେଡି ଗୀତ ବାଜିବା ବିଜେପି ନେତାଙ୍କୁ କଷ୍ଟ ଦେଉଥିବା ଚର୍ଚ୍ଚା ହେଉଛି ।

ତେବେ ନିକଟରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବରଯାତ୍ରୀରେ ନବୀନଙ୍କ ଏହି ଗୀତ ବାଜୁଥିଲା । ଯାହା ଖୁବ ଭାଇରାଲ ମଧ୍ୟ ହୋଇଥିଲା । ତେବେ କେବଳ ମନ୍ମଥ ନୁହଁନ୍ତି ବିଭିନ୍ନ ସ୍ଥାନରେ ଯେ କୌଣସି ଉତ୍ସବ କିମ୍ବା ପ୍ରୋଗ୍ରାମ ହେଉ ନା କାହିଁକି ସେଠି ନବୀନଙ୍କ ଗୀତ ବାଜିବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । କିନ୍ତୁ ଏହାକୁ ଶାସକ ଦଳର ନେତା ଏବଂ ସମର୍ଥକମାନେ ପସନ୍ଦ କରୁନଥିବା ଅନେକ ଥର ଦେଖିବାକୁ ମିଳିଛି ।

ଅନ୍ୟପଟେ ଦେଖିବାକୁ ଗଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ମଧ୍ୟ ଦୁଇ ଦୁଇଟି ଗୀତ ରିଲିଜ ହୋଇଛି । ସିଏମ ମୋହନ ଓଡିଆଙ୍କ ଦିଲ୍ ଧଡକନ୍ ଏବଂ ପିପୁଲ୍ସ ସିଏମ ଭଳି ଦୁଇ ଦୁଇଟି ଗୀତ ରହିଛି । କିନ୍ତୁ କେଉଁଠି ବି ଏ ଗୀତ ବାଜୁନି । ହେଲେ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୀତ ଛୋଟଠାରୁ ବୟସ୍କ ସମସ୍ତଙ୍କ ମୁହରେ ଯେପରି ମୁଖସ୍ତ ରହିଛି । ଆଉ ଏଥିରୁ ନବୀନଙ୍କ ପ୍ରତି ଥିବା ସେମାନଙ୍କ ଭଲ ପାଇବା ସ୍ପଷ୍ଟ ପ୍ରମାଣିତ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *