ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ସେବା ସମବାୟ ସମିତି ଆଗରେ ଧାରଣାରେ ଚାଷୀ କୂଳ,ସରକାର ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଥିବାବେଳେ ଏହାର ଦାୟିତ୍ୱ ତୁଲାଇବାପାଇଁ ଜଣେ ସମ୍ପାଦକ ଙ୍କୁ ନିଯୁକ୍ତି ଦେଇଥାନ୍ତି କିନ୍ତୁ ସମ୍ପାଦକ ଙ୍କ ମନମୁଖୀ କାର୍ଯ୍ୟ ରେ ଅସନ୍ତୁଷ୍ଟ ହୋଇ ଆଜି ଚାଷୀକୂଳ ଧାରଣାରେ ବସିଛନ୍ତି, ସୂଚନା ଅନୁସାରେ ଏହି ସମିତିର ସମ୍ପାଦକ ଚାଷୀଙ୍କ ନାମରେ କୃଷି ଋଣ କରି ଚାଷୀଙ୍କୁ ଠକୁଥିବାବେଳେ ଚାଷୀଙ୍କୁ ସେମାନଙ୍କ ଋଣ ଖାତା ଦେଉନାହାନ୍ତି, ଚାଷୀଙ୍କ ବିଭିନ୍ନ ଅନୁଦାନ ରାଶି ହଡପ କରି ଚାଷୀଙ୍କୁ ବୋକାବନାଉଛନ୍ତି, ଯାହାଫଳରେ ଚାଷୀ ମଣ୍ଡିରେ ଧନ ବିକ୍ରି କରିପାରୁନାହିଁ ଏହିଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀ କୂଳ ଆସିକା ସମବାୟ ସମିତିକୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କୌଣସି ତଦନ୍ତ ନକରି ଚାଷୀଙ୍କୁ ବାରମ୍ବାର ଦଉଡାଉଛନ୍ତି, ଶେଷରେ ଚାଷୀକୂଳ ହତାଶ ହୋଇ ଆଜି ସମବାୟ ସମିତି ଆଗରେ ଧାରଣା ଦେଇଥିଲେ, ଯଦି ଏହାର କୌଣସି ସମାଧାନ ନହୁଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚାଷୀକୂଳ କହିଛନ୍ତି.

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025