ସମସ୍ତଙ୍କୁ ଚୁପ କରିଦେଲେ ସୁଲତା…

ସମସ୍ତଙ୍କୁ ଚୁପ କରିଦେଲେ ସୁଲତା…

ସଂସଦରେ ସୁଲତାଙ୍କ ଉଗ୍ରରୂପ । ଗୋଟିଏ ପ୍ରସଙ୍ଗକୁ ନେଇ ସୁଲତାଙ୍କୁ ଘେରିଗଲେ ବିଜେପି ସାଂସଦ , ପ୍ରମାଣ ଦେଇ ସମସ୍ତଙ୍କୁ ଚୁପ୍ କରିଦେଲେ ସୁଲତା । ହଁ ଦର୍ଶକବନ୍ଧୁ, ରାଜ୍ୟସଭା ଅଧିବେଶନ ଚାଲିଥିବା ବେଳେ ବିରୋଧୀଙ୍କ ସ୍ୱରରେ ରାଜ୍ୟସଭା ଗୃହ ହୁଲସ୍ତୁଲ ହେଉଛି । ଆଉ ଏଥିରେ ବିଜେଡି ରାଜ୍ୟସଭା ସାଂସଦଙ୍କ ଭୂମିକା ବେଶ୍ ଗୁରୁତ୍ୱବହନ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାର ପ୍ରସଙ୍ଗ ଉଠାଇ ବିଜେଡି ସାଂସଦମାନେ ବିଜେପିକୁ ଘାଇଲା କରୁଛନ୍ତି । ଆଉ ଏବେ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୁଲତା ବିଜେପି ଉପରେ ବର୍ଷିବା ସହ ନବୀନଙ୍କ ପ୍ରଶଂସା ରାଜ୍ୟସଭା ଗୃହରେ କରିଥିବା ଏବଂ ନବୀନଙ୍କ ଉଦାହରଣ ଦେଇଥିବା ଭିଡିଓ ଭାଇରାଲ ହେଉଛି । ଏହା ସହ ବିକଶିତ ଭାରତ କିପରି ଏବଂ କେଉଁ ଦିଗରୁ ହେଉଛି ସେନେଇ ପ୍ରଶ୍ନ କରିବା ସହ ନବୀନଙ୍କ ଯୋଜନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ସମାନ ଯୋଜନାର କେବଳ ନାଁ ପରିବର୍ତନ କରୁଥିବା ଅଭିଯୋଗ ଆଣିଛନ୍ତି ସୁଲତା ଦେଓ । ତେବେ କେବଳ ଏତିକି ନୁହେଁ, ଖୋଦ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ରାଜ୍ୟରେ ଆୟୁଷ୍ମାନ ଯୋଜନାରେ ହେଉଥିବା ଦୁର୍ନୀତି ଉପରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁଲତା ।

author

Related Articles

Leave a Reply

Your email address will not be published. Required fields are marked *