ରାଜ୍ୟ ସଙ୍ଗୀତକୁ ବିଜେପି ନେତାଙ୍କ ଇଏ କେଉଁଭଳି ସମ୍ମାନ ? ମଞ୍ଚରେ ଗାନ କରାଯାଉଛି ବନ୍ଦେ ଉତ୍କଳ ଜନନୀ ସାଧାରଣ ଜନତାଙ୍କ ଠାରୁ ଯେ ବିଧାୟକ ଓ ମନ୍ତ୍ରୀମାନେ ସମସ୍ତେ ସଙ୍ଗୀତ ଗାନ ସମୟରେ ଛିଡା ହୋଇ ସମ୍ମାନ ଜଣାଉଛନ୍ତି । କିନ୍ତୁ ଖୁଣ୍ଟ ପରି ବସି ରହିଛନ୍ତି ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମହିଳା ଦିବସ ଅବସରରେ ସମ୍ୱଲପୁରରେ ଆୟୋଜିତ ହୋଇଥିଲା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଉତ୍ସବ । ବିଜେପିର ବଡ ବଡ ନେତୃତ୍ୱ ବିଧାୟକ ଓ ସାଂସଦ ମାନେ ଏଥିରେ ସାମିଲ ହୋଇଥିଲେ ।
ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା କିନ୍ତୁ ସଙ୍ଗୀତ ଗାନ ସମୟରେ ବିଜେପି ନେତାଙ୍କ ଏଭଳି ଆଚରଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯଦି ଆମେ ଦେଖିବା ପୂର୍ବରୁ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେପିର ଜଣେ ବରିଷ୍ଠ ନେତା ହୋଇଥିବା ହେତୁ ତାଙ୍କୁ ମନ୍ତ୍ରୀ ପଦବୀ ନମିଳିବାରୁ ସେ ଦଳ ଉପରେ ଅସନ୍ତୋଷ ଅଛନ୍ତି । ଖୋଦ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜ ଦଳ ବିରୋଧି ମନ୍ତବ୍ୟ ରଖୁଛନ୍ତି । ଗତକାଲି ସୁଭଦ୍ରା ସଭା ମଞ୍ଚରେ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିବାକୁ ଯାଇ ଓଡିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ମତ ରଖିଛନ୍ତି ଜୟନାରାୟଣ । ଖାଲି ସେତିକି ନୁହେଁ ବରଂ ସେ କହିଛନ୍ତି ଯେ ଦେଶରେ କେବଳ ସଙ୍ଗୀତ ଗାନ ହୋଇପାରିବ । ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ବନ୍ଦେ ଉତ୍କଳ ଜନନୀ ବଜାଯାଉଛି ମୁଁ ବୁଝିପାରୁନାହିଁ । ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଆମେ ଆନ୍ଦୋଳନ କରିଥିଲୁ ଓଡିଶା ଗଠନରେ ଆମର ଭୂମିକା ରହିଛି କିନ୍ତୁ ଆମକୁ ଅଣଦେଖା କରାଯାଉଛି । ସୁଭଦ୍ରା ସଭା ମଞ୍ଚରେ ଓଡିଶାକୁ ନେଇ ଏପରି କିଛି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ । ରାଜ୍ୟ ସଙ୍ଗୀତକୁ ଅପମାନ କରିବା ସହିତ ଏଭଳି ହୀନମାନସିକତା ପାଇଁ ସମସ୍ତ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି ।
ତେବେ ଯେଉଁ ଓଡିଆ ଅସ୍ମିତା କହି ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲା ସେହି ଓଡିଆ ଅସ୍ମିତା ଏବେ କୁଆଡେ ଗଲା ବୋଲି ସାଧାରଣ ଜନତା ରାଜ୍ୟ ମୁଖିଆଙ୍କୁ ପ୍ରଶ୍ନ କଲେଣି । ଏବଂ ବାରମ୍ୱାର ଗଣମାଧ୍ୟମ ସାମ୍ନାରେ ଜୟଙ୍କ ଏପରି ବିତଣ୍ଡା ଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେଉଁ ଆକ୍ସନ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।