ସମସ୍ୟା ଘେରରେ ବାଦିକଟା ବିଦ୍ୟାଳୟ

ସମସ୍ୟା ଘେରରେ ବାଦିକଟା ବିଦ୍ୟାଳୟ

ବୌଦ୍ଧ ବ୍ଲକ୍ ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ବାଦୀକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏହି ପୁରାତନ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।ବର୍ତ୍ତମାନ ବିଦ୍ୟାଳୟରେ ଜଣେ ଶିକ୍ଷକ ଓ ଚାରୋଟି ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି | ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଦିଆ ଯାଇ ନାହିଁ । ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ନିଯୁକ୍ତି ପାଇଁ ଗତ ୩.୧୧.୨୦୨୩ ରିଖ ରେ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଏକ ଦାବିପତ୍ର ଜିଲ୍ଳା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦିଆଯାଇ ଥିଲେ ମଧ୍ଯ କାର୍ଯ୍ୟକାରୀ ହୋଇ ନାହିଁ । ବିଦ୍ୟାଳୟକୁ ପାଚେରୀ, ଅତିରିକ୍ତ ଶ୍ରେଣୀ ଗୃହ ଓ ବିଦ୍ୟାଳୟ ପରିସରରେରେ କାଦୁଅ ହେଉଥିବା ଖାଲୁଆ ସ୍ଥାନ ଗୁଡିକର କଙ୍କ୍ରିଟ୍ କରଣ , ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉନ୍ନତ ମାନର ପାଇଖାନା ନିର୍ମାଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରି ଆସୁଛନ୍ତି । ବିଦ୍ୟାଳୟ ର ସମସ୍ୟା ର ସମାଧାନ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସହିତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ଆସନ୍ତା ପନ୍ଦର ଦିନ ଭିତରେ ନ କଲେ, ବିଦ୍ୟାଳୟ କମିଟି ଫାଟକ ରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *