ସମୀରଙ୍କ ପରେ ଅମରଙ୍କ ପାଳି !

ସମୀରଙ୍କ ପରେ ଅମରଙ୍କ ପାଳି !

କଥାରେ ଅଛି ରାଜନୀତିରେ ଘଡିକେ ଘୋଡା ଛୁଟେ । କିଏ କେତେ ବେଳେ ବଦଳିଯାଏ ତାର କୌଣସି ଗ୍ୟାରେଣ୍ଟି ନଥାଏ । ଯାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ରବିବାର ସମୀରଙ୍କ ବିଜେଡି ଛାଡି ବିଜେପିରେ ମିଶିବା ଦୃଶ୍ୟରୁ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଚଳିତ ଥର ଟିକେଟ କଟିବାରୁ ୩ ଦଶନ୍ଧିର ସମ୍ପର୍କକୁ ପାଦରେ ଆଡେଇ ଦେଇ ସମୀର ବିରୋଧୀଙ୍କ ସହ ହାତ ମିଳାଇଛନ୍ତି । ତେବେ ସମୀରଙ୍କ ଏଭଳି ପଦକ୍ଷେପ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ଯେ, ସମୀରଙ୍କ ପରେ ପରେ ଏବେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ପାଳି । କାରଣ ସମୀରଙ୍କ ପରି ଅମରଙ୍କର ମଧ୍ୟ ସମାନ ଦଶା । ବଡଚଣାରୁ ୬ ୬ ଥର ବିଧାୟକ ରହିବା ପରେ ବି ଅମରଙ୍କୁ ଦଳ ଏଥର ଟିକେଟ ଦେଇନି । ତାଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଯାହାକୁ ନେଇ ପୂର୍ବରୁ ଅମର ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ପରେ ଦଳର ସଭାପତି ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ସମର୍ଥନ ଜଣାଇଥିଲେ । କିନ୍ତୁ କିଛି ଦିନ ଚୁପ ରହିବା ପରେ ସମୀର ଯଦି ଏଭଳି କିଛି ନିଷ୍ପ୍‌୍‌ତି ନେଇପାରିଲେ ତେବେ ଅମର ମଧ୍ୟ ଏଭଳି କିଛି କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଟିକେଟ କଟିବା ପରେ ଅମର ବର୍ଷାଙ୍କୁ ସପୋର୍ଟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଖାଲି ସେତିକି ନୁହେଁ ବର୍ଷା ଅମରଙ୍କୁ ଭେଟି ତାଙ୍କ ଆଶୀବାଦ ନେବା ସହିତ ଦଳର ସୁପ୍ରିମୋ ନବୀନ ନିବାସରେ ବୈଠକ ଡାକି ବର୍ଷାଙ୍କ ଜିତାଇବା ପାଇଁ ବଡଚଣାର ହେଭିୱେଟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କିନ୍ତୁ ଏହା ପରେ ବି ଅମର ବର୍ଷାଙ୍କ ସହ ପ୍ରଚାର କରୁଥିବା ନଜର ଆସୁନାହାନ୍ତି । ଏକଦମ ଚୁପ୍ ବସିଛନ୍ତି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଅମରଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଆଗାମୀ ଦିନରେ ସତ ହୋଇପାରେ । ତେବେ ଦେଖାଯାଉ ଅମର ସମୀରଙ୍କ ପଥ ଅନସରଣ କରୁଛନ୍ତି ନା ନବୀନଙ୍କ ସହ ଯୋଡି ହୋଇରହୁଛନ୍ତି ତାହା ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *