ସମୁଦ୍ରକୂଳକୁ ଅଣ୍ଡାଦାନ କରିବା ପାଇଁ ଦୂରରୁ ଆସୁଥିବା କଇଁଛ ମାନଙ୍କର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସରକାର ସମୁଦ୍ର ଭିତରେ ମାଛଧରା ଉପରେ କଟକଣା ଲଗାଇଛନ୍ତି । ପାରାଦୀପରେ ନଭେମ୍ବର 1ରୁ ମେ 31 ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯିବାକୁ ବାରଣ କରାଯାଇଛି । ଓଡ଼ିଶାର ଦେବୀ, ରୁଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି । କଇଁଛଙ୍କ ପାଇଁ ସରକାର କଟକଣା ଲଗାଉଥିବାକୁ ନେଇ ମତ୍ସଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମତ୍ସଜୀବୀ ମାନଙ୍କ ପାଇଁ ସରକାର କିଛି ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

- November 1, 2023
0
162
Less than a minute
You can share this post!
author