ରାମ ନବମୀରେ ଦକ୍ଷିଣ ଭାରତକୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ବଡ ଭେଟି । ଶେଷ ହେଲା ଅନେକ ବର୍ଷର ଅପେକ୍ଷା । ସମୁଦ୍ର ମଝିରେ ହେଲା ରାମସେତୁର ନିର୍ମାଣ । ତ୍ରେତୟା ଯୁଗରେ ସମୁଦ୍ର ମଝିରେ ନିର୍ମାଣ ହୋଇଥିଲା ସେତୁ । ପ୍ରଭୁ ରାମଚନ୍ଦ୍ର ଲଙ୍କାରୁ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମ ସେତୁ ନିର୍ମାଣ କରିଥିଲେ । ଆଉ ଏବେ ପୁଣି ଏକ ସେତୁ ନିର୍ମାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଷ ବର୍ଷଧରି ଏହି ସେତୁର ନିର୍ମାଣ କାର୍ଯ୍ୟ ଲାଗି ରହିଥିଲା । ଯାହା ଏବେ ଶେଷ ହେବା ପରେ ରାମ ନବମୀରେ ଏହାର ଉଦଘାଟନ କରାଯାଇଛି । ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରି ରାମନବମୀରେ ରାମେଶ୍ୱରମରେ ଏହି ବିଶାଳ ସେତୁ ଉଦଘାଟନ ହୋଇଛି । ଯାହାର ନାଁ ହେଉଛି ପମ୍ୱନ ବ୍ରିଜ । ସମୁଦ୍ର ମଝିରେ ଏହି ସେତୁକୁ ନିର୍ମାଣ କରାଯାଇଛି । ଯାହାଫଳରେ ଟ୍ରେନ ଓ ଯାନବାହାନ ଚଳାଚଳ ସମୁଦ୍ର ମଝିରେ ହୋଇପାରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ବ୍ରିଜ ନିର୍ମାଣ ହୋଇଛି । ବଡ ବଡ ଜାହାଜ ମଧ୍ୟ ଏହି ବ୍ରିଜ ତଳେ ଯାଇପାରିବେ ।
ତାମିଲନାଡୁର ରାମେଶ୍ୱରମ୍ -ପାମ୍ବନ ମଧ୍ୟରେ ରେଳ ସେତୁଟି ନିର୍ମାଣ ହୋଇଛି । ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ତାମିଲନାଡୁ ଗସ୍ତ କରି ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ୍ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା। ଏହି କାରଣରୁ ଏହା ବିଶ୍ୱାସ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ରାମନବମୀରେ ଏହାକୁ ଉଦଘାଟନ କରିଛନ୍ତି।
