ସମ୍ବଲପୁରରେ ଗର୍ଜିଲା ବିଜେଡ଼ି !

ସମ୍ବଲପୁରରେ ଗର୍ଜିଲା ବିଜେଡ଼ି !

ସମ୍ବଲପୁରରେ ଗର୍ଜିଲେ ହଜାର ହଜାର ବିଜେଡ଼ି କର୍ମୀ . କମ୍ପିଲା ମୈଦାନ .ସାଧାରଣ ଲୋକଙ୍କ ବିଭିନ୍ନ ଦାବି ନେଇ ସମ୍ବଲପୁରରେ ବିଜେଡ଼ି ନେତୃବୃନ୍ଦ ଓ ହଜାର ହଜାର କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି .ଲୋକଙ୍କ ପାଇଁ ଲୋକଙ୍କ ସାଥିରେ ବିଜୁ ଜନତା ଦଳ ଦୃଢ଼ତାର ସହ ଆଗକୁ ବଢ଼ୁଛି ବୋଲି ନାରା ଦିଆଯାଉଛି .

ତେବେ ସମ୍ବଲପୁରରେ ବିଭିନ୍ନ ସମସ୍ୟା ଓ ଡବଲ ଇଞିନ ସରକାରର ଅପାରଗତ ଓ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଗଣବିକ୍ଷୋଭ କରାଯାଇଛି . ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଗଣବିକ୍ଷୋଭ କରାଯାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର କରାଯାଇଥିଲା . ଏହି ଅବସରରେ କେବଳ ବିଜେଡ଼ି ନେତା କର୍ମୀ ନୁହଁନ୍ତି ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା . ସମସ୍ତ ଏକ ଜୁଟ ହୋଇ ବିଜେପି ସରକାରଙ୍କ ବିରୋଧରେ ନାରା ଦେଇଥିଲେ .

ତେବେ ଗତ ନିର୍ବାଚନରେ ହାରିବା ପରେ ତତ୍ପର ହୋଇଉଠିଛନ୍ତି କର୍ମୀ.ଖାଲି ସମ୍ଭଲପୁର କାହିଁକି ନିକଟରେ ଦରଦାମ ବୃଦ୍ଧିକୁ ନେଇ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ମଧ୍ୟ ବିଶାଳ ବିକ୍ଷୋଭ କରାଯାଇଥିଲା . ଯେଉଁଠାରେ ବିଜେଡ଼ିର ବହୁ ବରିଷ୍ଠ ନେତାଙ୍କ ସହ ଖୋଦ ନବୀନ ପଟ୍ଟନାୟକ ଯୋଗଦେଇ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ .

ତେବେ ଯଦି ଆମେ ଦେଖିବା ଏଥର ନିର୍ବାଚନରେ ବିଜେଡ଼ି ସମ୍ଭଲପୁରରେ ମଧ୍ୟ ସେତେ ଭଲ ଭୋଟ ପାଇନଥିଲା . ସେଠାରେ ବିଜେପି ବିଜେଡ଼ି ପକ୍ଷରୁ ଲୋକ ସଭା ଆସନ ପାଇଁ ଦୁଇ ହେବିୱେଟ ନେତା ଲଢ଼େଇ କରୁଥିବା ନଜର ଆସିଥିଲେ . ପରେ ଧର୍ମେନ୍ଦ୍ରଙ୍କ ଆଗରେ ହାର ମାନିଥିଲେ ବବି . ଏବେ ପୁଣି ଥରେ ଯେଉଁ ସ୍ଥାନରେ ବିଜେଡ଼ି ପରାଜୟ ବରଣ କରିଛି ସେଠାରେ ପୁଣି ଥରେ ସଂଗଠନକୁ ତୃଣ ମୂଳସ୍ତରରୁ ଠିକ କରିବାରେ ଲାଗିପଡ଼ିଥିଲେ ଲୋକେ କହୁଛନ୍ତିି .

author

Related Articles

Leave a Reply

Your email address will not be published. Required fields are marked *