ସମଲେଇ ପ୍ରକଳ୍ପର ସମୀକ୍ଷା ପାଇଁ 5ଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରରେ ସମ୍ବଲପୁର ଗସ୍ତ କରିଥିଲେ । କିପରି କାମକୁ ବହୁତ ଶୀଘ୍ର ଶେଷ କରାଯିବ ସେଥିପ୍ରତି ଧ୍ୟାନ ଦେଇଥିଲେ । ପ୍ରଥମେ ସେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ଟା ପର୍ୟ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଯାତ୍ରୀମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଯାତ୍ରୀଙ୍କ ସୁବିଧା ପାଇଁ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ। ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ବାକି ରହି ଯାଇଥିବା ବିଭିନ୍ନ ଷ୍ଟ୍ରକଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

You can share this post!
author