ଏବେ ବି ବିଜେପିର ସମ୍ବଲପୁର ସଙ୍ଗଠନରେ କେଁ ରହିଛିା ସମ୍ବଲପୁରରେ କେତେବେଳେ ବିନା ବିଧାୟକ-ତ ଆଉ କେତେବେଳେ ବିନା ସାଂସଦଙ୍କ ଉପସ୍ଥିତିରେ କାଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଯେଉଁଥିରୁ ସମ୍ବଲପୁର ବିଜେପିରେ ଏବେ ବି ଅସନ୍ତୋଷର ନିଆଁ କୁହୁଳୁଥିବା ଚର୍ଚ୍ଚା ହେଉଛି । ତେବେ ନିକଟରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିଥିବା ବେଳେ ସେଠାରେ ସମ୍ବଲପୁର ସାଂସଦ ଧମେନ୍ଦ୍ର ପ୍ରଧାନ ଉପସ୍ଥିତ ନଥିଲେ । ଫଳରେ ବିନା ସାଂସଦଙ୍କ ଉପସ୍ଥିତିରେ ହିଁ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଅଭିଯୋଗ ଶୁଣାଣି କରିଥିଲେ । ଆଉ ଏବେ ସମ୍ବଲପୁର ବିଜେପି ପକ୍ଷରୁ ସମ୍ବଲପୁରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମ୍ବଲପୁର ବିଧାୟକ ଉପସ୍ଥିତ ନଥିବା ଦେଖିବାକୁ ମିଳୁଛି । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଉଛି ।
ତେବେ ସାରା ରାଜ୍ୟରେ ଆତଙ୍କବାଦ ବିରୋଧରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରର ସଫଳତାକୁ ସମ୍ମାନ ଜଣାଇବାକୁ ଯାଇ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ଏହି କ୍ରମରେ ସମ୍ବଲପୁର ବିଜେପି ପକ୍ଷରୁ ସମ୍ବଲପୁର ସାଂସଦ ଧମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ସାଂସଦ ଧମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହ ଦେଓ , ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଭଳି ଅନେକ ନେତା ଏହି ଯାତ୍ରାରେ ସାମିଲ ହୋଇଥିଲା । କିନ୍ତୁ ଏଠାରେ ଅନୁପସ୍ଥିତ ଥିଲେ ଖୋଦ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ତେବେ ସେ ଜାଣି ଜାଣି ଏହି କାଯ୍ୟକ୍ରମଠାରୁ ଦୂରରେ ରହିଥିଲେ ନା ଅନ୍ୟ କିଛି କାରଣ ଏହା ପଛରେ ରହିଛି ସେଥିରେ ସ୍ପଷ୍ଟତା ଆସିନାହିଁ । କିନ୍ତୁ ଚର୍ଚ୍ଚା ଅନୁସାରେ, ଧମେନ୍ଦ୍ର ପ୍ରଧାନ ଏବଂ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏହି କାରଣରୁ ଉଭୟ ସମ୍ବଲପୁରରେ ଦଳ ପକ୍ଷରୁ କିଛି ନା କିଛି ଭୂମିକା ନିବାହ କରିବା ସତ୍ୱେ ଏକାଠି ହେଉନଥିବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।
ଅନ୍ୟପଟେ ସମ୍ବଲପୁରର ବିଜେପି ସଭାପତି ପଦ ପାଇଁ ଉଭୟଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା କୁହାଯାଉଛି । ଏବେ ବି ଏହି ଜିଲ୍ଲାର ସଭାପତି କିଏ ହେବେ ତାହା ବିଜେପି ଘୋଷଣା କରିନଥିବାରୁ ଉଭୟ ନେତା ନିଜ ନିଜ ସମର୍ଥକଙ୍କ ମହଲରୁ ଜଣଙ୍କୁ ଏହି ସ୍ଥାନରେ ସ୍ଥାନିତ କରିବା ନେଇ ଯୋଜନା ଚଳାଇଛନ୍ତିା ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ଏ ଶୀତଳ ଯୁଦ୍ଧ ଦଳରେ ଉପରେ କେତେ ଭାରି ପଡୁଛି ଏବଂ ମୋହନ ଏ ନିଆଁକୁ କିପରି ପ୍ରଶମିତ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।