ସମ୍ଭଲ ହିଂସାକୁ ନେଇ ବିଜେପିକୁ ଘେରୁଛନ୍ତି ବିରୋଧୀ

ସମ୍ଭଲ ହିଂସାକୁ ନେଇ ବିଜେପିକୁ ଘେରୁଛନ୍ତି ବିରୋଧୀ

ତେବେ ନଭେମ୍ବର 24 ତାରିଖରେ ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସା ଘଟଣା ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମ୍ବଲ ଯାଇପାରିନଥିଲେ | ସମ୍ଭଲ ଅଭିମୁଖେ ଯାତ୍ରା କରିଥିବା ବେଳେ କଂଗ୍ରେସ ସାଂସଦଙ୍କୁ ଗାଜିପୁରରେ ଅଟକାଯିବା ପରେ ପ୍ରାୟ ଅଢେଇ ଘଣ୍ଟା ପାଇଁ ପ୍ରଶାସନ ପାଖରେ ଯିବାକୁ ଅନୁମତି ଦେବାକୁ ଦାବି କରାଯାଇଥିଲା । କିନ୍ତୁ ସେମାନଙ୍କ ଅନୁରୋଧକୁ ଗ୍ରହଣ କରାଗଲା ନାହିଁ।ପୋଲିସ କର୍ମଚାରୀମାନେ ରାହୁଲ ଗାନ୍ଧୀଙ୍କ ଆଗରେ ବ୍ୟାରିକେଟ କରି ଧାଡ଼ିରେ ଠିଆ ହୋଇଥିଲେ | ପରେ ରାହୁଲ ଗାନ୍ଧୀ ସେଠାରୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ କାରରୁ ବାହାରି ଗଣମାଧ୍ଯ଼ମ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା | ସେ କହିଥିଲେ “ଆମ ବିରୋଧୀ ଦଳର ନେତାଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରାଯାଉଛି।ସରକାର ସମ୍ବିଧାନର ନିୟମ ପାଳନ କରୁନାହାନ୍ତି।

ତେବେ ରାହୁଲ ଗାନ୍ଧୀ ଗାଜିପୁର ସୀମାରୁ ଫେରିବା ପରେ କହିଥିଲେ | “ଆମେ ସମ୍ଭଲ ଯିବାକୁ ଚେଷ୍ଟା କରିଥିଲୁ କିନ୍ତୁ ପୋଲିସ ଆମକୁ ଅନୁମତି ଦେଲାନାହିଁ । ବିରୋଧୀ ଦଳ ନେତା ଭାବେ ଯିବା ମୋର ଅଧିକାର। ତଥାପି ସେମାନେ ମୋତେ ଅଟକାଇ ରଖିଛନ୍ତି। ମୁଁ କହିଲି, ମୁଁ ଏକୁଟିଆ ଯିବାକୁ ପ୍ରସ୍ତୁତ। କିନ୍ତୁ ଆମକୁ ଅନୁମତି ମିଳିନଥିଲା। ଆମେ ଆମର ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ ଜାରି ରଖିବୁ। ତେବେ ଏହି ଘଟଣାକୁ ନେଇ ସଂସଦରେ ତାତି ଦେଖିବାକୁ ମିଳିଛି ଶାସକ ବିରୋଧୀ ପରସ୍ପରକୁ ଟାର୍ଗେଟ କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *