ଆଜି ସମ୍ୱଲପୁର ଗସ୍ତରେ ଯାଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ । ପ୍ରଥମେ ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସମ୍ୱଲପୁର ଅଧିଷ୍ଠାତ୍ରୀ ମାଆ ସମଲେଇଙ୍କ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦ୍ଘାଟନ କରାଯିବ । ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ଉତ୍ସାହ ଦେଖାଦେଇଛି ।

You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ସମ୍ବଲପୁର ମହାନଗରରେ ବଢୁଛି ଜଣ୍ଡିସ ଆକ୍ରାନ୍ତ..
- June 25, 2024