ନିର୍ବାଚନ ସମୟରେ ବିଜେପି ନାରା ବାଜି ଦେଉଥିଲା ଡମ୍ପିଙ୍ଗଂ ୟାର୍ଡ ଉଠାଇବାକୁ .ହେଲେ ସରକାରକୁ ଆସିବା ପରେ ତାକୁ କର୍ଣ୍ଣପାତ କରୁନାହାଁନ୍ତି . ଆମେ କହୁଛୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାଢ଼କଣ ନିକଟରେ ଥିବା ଡମ୍ପିଙ୍ଗଂ ୟାର୍ଡ କଥା .ଯେଉଁଠରେ ଆବର୍ଜନା ଗଦା ହେବା ଯୋଗୁଁ ଗନ୍ଧମୟ ହେଉଛି ସମ୍ପୃକ୍ତ ଅଂଚଳ .ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି . ଯାହା ଫଳରେ ସ୍ଥାନୀୟ ଲୋକେ ନର୍କ ଯନ୍ତ୍ରଣାରୁ ତ୍ରାହି ପାଇପାରୁ ନାହାଁନ୍ତି .ଅପରପକ୍ଷେ ବିଜେପି ନିର୍ବାଚନ ସମୟରେ ଏହି ସମସ୍ୟାର ସମାଧାନ କରିବ ବୋଲି ସରକାରକୁ ଆସିଥିବା ବେଳେ ଏବବି ଲୋକକେ ହଇରାଣ ହେଉଛନ୍ତି .
ଏହାକୁ ନେଇ କଂଗ୍ରେସ ଛାତ୍ର ସଭାପତି ଉଦିତ ନାରାୟଣ ପ୍ରଧାନ କହିଛନ୍ତି ବିଜେପି ଯାହା କହେ ତାହା କରେନ . ତେବେ ପୂର୍ବରୁ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଓ ଗ୍ରାମବାସୀ ଏହି ଅସ୍ଥାୟୀ ଡାମପିଙ୍ଗ ୟାର୍ଡ଼କୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ସହ ବିରୋଧ ପ୍ରଦର୍ଶନ ପାଇଁ ଅଂଚଳ ବାସୀଙ୍କ ସମ୍ପୃକ୍ତି ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳ ରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀରକୁଟବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସାମିଲ କରି ଦାବୀ ହାସଲ ଯାଏଁ ଜୋରଦାର ପ୍ରୟାସ କରିବାକୁ ନିଷ୍ପତି ମଧ୍ୟ ହୋଇଛି.
ସେଥିପାଇଁ ସବୁ ଗଳି କନ୍ଦିରେ ବ୍ୟାନର, ସଚେତନତା ପ୍ରଚାରପତ୍ର ବଣ୍ଟନ ସହ ପ୍ରଚାର ଗାଡ଼ି ରେ ଜନସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଉଛି. ଆଜି ରାଜ୍ୟପାଳଙ୍କୁ ଭେଟି ଆଲୋଚନା ହୋଇଛି. ଯଦି କିଛି ସୁଫଳ ନମିଳେ ଆସନ୍ତା ଦିନରେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଆଇନଗତ, ବ୍ୟବସ୍ଥାଗତ, ଲଢେଇ ସହ ଆନ୍ଦୋଳନ ଜୋରଦାର ହେବ.