ଓଡିଶାଗସ୍ତରେ ଆସିଥିବା ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ୱା ସରକାରଙ୍କୁ ଘେରାଉ କରିଛନ୍ତି । ସେ କହିଥିଲେ ସରକାର ମଦ ବିକ୍ରିରୁ 114 କୋଟିର ରାଜସ୍ୱ ପାଉଥିଲେ । ହେଲେ ଏବେ ତାହା ବହୁ ଆଗରେ ପହଞ୍ଚିଲାଣି । ମଦ ପାଇଁ ବହୁ ଜୀବନ ଉଜୁଡି ଯାଉଛି । ମା’ ଉଭଣୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ସେ କହିଛନ୍ତି, ଓଡ଼ିଶାରେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟ ସରକାର ୭୩ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରି ଆର୍ଥିକ ବିକାଶ ହେଉଥିବା କଥା କହୁଛନ୍ତି । ମହିଳା କିପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବେ ବୋଲି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025