ରାଜ୍ୟରେ ରେକର୍ଡ କଲାଣି ନାରୀ ନିର୍ଯ୍ୟାତନା ମାମଲା । ଡବଲ ଇଞ୍ଜିନ ସରକାରରେ ବି ପ୍ରତିଦିନ ନାରୀ ନିର୍ଯ୍ୟାତନା ମାମଲା ହେଡଲାଇନ୍ସ ସାଜୁଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ମହିଳାମାନେ କେହି ବି ସୁରକ୍ଷିତ ନାହାନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭାର ଷ୍ଟାଣ୍ଡିଂ କମିଟି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ମହିଳା ବିଧାୟିକାମାନେ । ବିଜେପି ସରକାରର ୧୧ମାସରେ ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ୟାତନା ରେକର୍ଡ କରିଛି କ୍ଷ ଫଳରେ ମହିଳାମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି କ୍ଷ ତେଣୁ ଏସବୁ ବିରୋଧରେ ତୁରନ୍ତ କଡା କାଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ମହିଳା ବିଧାୟିକାମାନେ । ଏହା ସହ ମହିଳାଙ୍କୁ ସୁଭଦ୍ରା ପରିବର୍ତେ ସୁରକ୍ଷା ଦେବା ନେଇ ଦାବି କରାଯାଉଛି ।

You can share this post!
author