ସରିଗଲା ବିଜେପିର ରାଜ୍ୟସଭା ଖେଳ !

ସରିଗଲା ବିଜେପିର ରାଜ୍ୟସଭା ଖେଳ !

ସରିଗଲା କି ବିଜେପିର ରାଜ୍ୟସଭା ଖେଳ ? ମମତା, ସୁଜିତଙ୍କ ପରେ ତୃତୀୟ ଶିକାର କରିପାରୁନି କି ବିଜେପି ? ସରକାରକୁ ଆସିବା ପରେ ବିଜେଡିର ବସା ଖାଲି କରିବା ଟାର୍ଗେଟରେ ରହିଥିଲା ବିଜେପି । ଲୋକସଭାରେ ବିଜେଡିର ଆସନ ଶୂନ ଥିବା ବେଳେ ରାଜ୍ୟସଭା ସାସଂଦଙ୍କ ଉପରେ ବିଜେପିର ନଜର ରହିଥିଲା । ଏପରିକି ଦୁଇ ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କୁ ବିଜେପି ନିଜ ଆଡକୁ ଆଣିବାରେ ସଫଳ ହୋଇଛି । କିନ୍ତୁ ତୃତୀୟ ଶିକାର କରିବାରେ ବିଜେପି ଫେଲ ମାରିଥିବା ଏବେ ଚର୍ଚ୍ଚା ଚାଲିଛି । କାହିଁକି ନା ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେବାର ୫ ମାସ ବିତିଗଲାଣି । ଆଉ ସୁଜିତଙ୍କ ପରେ ଆଉ କେହି ରାଜ୍ୟସଭା ସାଂସଦ ବିଜେପି ଲିଙ୍କରେ ଥିବା କୌଣସି ଖବର ନା ସାମ୍ନାକୁ ଆସୁଛି ନା ସେଭଳି କିଛି ଚର୍ଚ୍ଚା ହେଉଛି । ଆଉ ଏସବୁକୁ ଦୃଷ୍ଟିକୁ ନେଇ ବିଜେପି ତୃତୀୟ ଶିକାର କରିବାରେ ଫେଲ ମାରିଥିବା ଏବଂ ବିଜେଡି ରାଜ୍ୟସଭା ସାଂସଦ ସଙ୍ଗଠିତ ହୋଇ ରହିଥିବା ଆଶଙ୍କା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *