ସର୍ବାଧିକ 38ଟି ଦାନ୍ତଧାରୀ ମହିଳା

ସର୍ବାଧିକ 38ଟି ଦାନ୍ତଧାରୀ ମହିଳା

ସାଧାରଣତଃ ଆପଣମାନେ ଜାଣିଥିବେ ଗୋଟିଏ ମନୁଷ୍ୟ ଶରୀରରେ 32ଟି ଦାନ୍ତ ରହିଥାଏ ଏବଂ ଅତିବେଶିରେ ଦୁଇ ତିନୋଟି ବାହାଡା ଦାନ୍ତ ରହିଥିବାର ଆମେ ଜାଣିଛେ । କିନ୍ତୁ ଆପଣଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଜଣେ ଭାରତୀୟ ମହିଳା ଅଛନ୍ତି ଯେ କି ତାଙ୍କ ପାଟିରେ 38ଟି ଦାନ୍ତ ରହିଛି । ତାଙ୍କ ନାମ କଳ୍ପନା ବୟସ 26 । ତାଙ୍କର 32ଟି ଦାନ୍ତ ରହିବା ସହ ତଳ ମାଢିରେ 4ଟି ଓ ଉପର ମାଢିରେ 2ଟି ଏପରି ଅଧିକ 6ଟି ଦାନ୍ତ ରହିଛି । ଏହି ଦାନ୍ତ ଗୁଡିକ କଳ ଦାନ୍ତରେ ଉଠୁଥିବାରୁ ବାହାରକୁ ତାହା ଜଣାପଡୁନାହିଁ ସେଥିପାଇଁ ସେଥିପ୍ରତି ସେ ନଜର ଦେଇନଥିଲେ । ତେବେ ଏହା ତାଙ୍କ ପାଇଁ ଗିନିଜ ରେକର୍ଡ ସୃଷ୍ଟି କରିଥିବାରୁ ସେ ଖୁସି ଅଛନ୍ତି । ତେବେ ତାଙ୍କର ଜ୍ଞାନ ଦାନ୍ତ ଉଠିନଥିବାରୁ ଏହା ଆହୁରି ବଢିବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *