ସସ୍ମିତଙ୍କୁ ଛିଃ ଛିଃ କଲେଣି ନେତା..

ସସ୍ମିତଙ୍କୁ ଛିଃ ଛିଃ କଲେଣି ନେତା..

ଦୁଇଫାଳ ହୋଇଗଲା କି ବିଜେଡି ? ବିଜେଡି ସୁପ୍ରିମୋଙ୍କ କଥା ଶୁଣୁନାହାନ୍ତି କି ଦଳୀୟ ନେତା ? କାହିଁକି ରାଜ୍ୟସଭାରେ ବିଜେପି ସମର୍ଥନରେ ବାହାରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର ? ବିଜେପି ମୁହାଁ ହେଉଛନ୍ତି କି ସସ୍ମିତ ? ହଁ ଆଜ୍ଞା ଖରାର ତାତି ଠାରୁ ବର୍ତ୍ତମାନ ବେଶ ଉଷ୍ମ ରହିଛି ରାଜ୍ୟ ରାଜନୀତିର ତାତି । ରାଜ୍ୟସଭାରେ ୱାକଫ ସଂଶୋଧନ ବିଲକୁ ବିଜେଡିର ସମର୍ଥନ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେଡିର ଆଭିମୁଖ୍ୟକୁ ନେଇ ସିଧା ସିଧା ପ୍ରଶ୍ନ କଲେଣି ଦଳୀୟ ନେତୃତ୍ୱ । ଦଳୀୟ ନେତା ଶୃଙ୍ଖଳାର ଲକ୍ଷ୍ମଣରେଖା ଡେଇଁ ଶଙ୍ଖପତିକୁ ଠୋଠା ପ୍ରଶ୍ନ କଲେଣି । ଗଣମାଧ୍ୟମ ସାମ୍ନାରେ ବର୍ଷୁଛନ୍ତି ବିଜେଡି ସୁପ୍ରିମୋଙ୍କୁ ଜବାବ ମାଗୁଛନ୍ତି ।

ପ୍ରଥମେ ରାଜ୍ୟସଭାରେ ୱାକଫ ବିଲକୁ ବିଜେଡି ସାଂସଦ ମାନେ ବିରୋଧ କରିବା ଏହା ପରେ ୱାକଫ ବିଲକୁ ବିଜେଡିର ସମର୍ଥନ ପରେ ତେଜିଥିଲା ରାଜନୀତି । ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ୱିଟ ଚର୍ଚ୍ଚା ବଢାଇଥିଲା । ଯାହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି ।

ପ୍ରଥମେ ବିପକ୍ଷରେ ଯିବା ଏବଂ ହଠାତ ବିଜେଡି ସପକ୍ଷରେ ଯିବା ଘଟଣାକୁ ନେଇ ଖୋଦ ଦଳୀୟ ନେତୃତ୍ୱ ମାନେ ନିରବତା ଭାଙ୍ଗି ପ୍ରଶ୍ନ କଲେଣି । ଗୋଟିଏ ପଟେ ବିଜେଡି ସାଂସଦ ମୁନ୍ନା ଖାଁ ୱାକଫ ବିଲ ବିପକ୍ଷରେ ମନ୍ତବ୍ୟ ଦେବା ଏହାପରେ ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ ସଂଶୋଧନ ବିଲ ସପକ୍ଷରେ ଭୋଟ ଦେବା ପରେ ବିଜେଡି ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଅନେକ ନେତା ଛି ଛି କଲେଣି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କେଲଣି । ମାତ୍ର ଏହି ତୁମ୍ୱି ତୋଫାନ ବୟାନ ବାଜି ଭିତରେ ଦଳର ସଭାପତି ନବୀନ ପଟ୍ଟନାୟକ ନିରବ ଅଛନ୍ତି । ପୂରା ଘଟଣା ନେଇ ନବୀନଙ୍କ ପ୍ରତିକ୍ରିୟା ଏବେ ଯାଏଁ ସାମ୍ନାକୁ ଆସୁନାହିଁ । ଦଳୀୟ ନେତାଙ୍କ ଭିତରେ ସନ୍ଦେହ ବଢୁଛି ଯେ ନବୀନଙ୍କ ମନରେ ଚାଲିଛି କଣ ? ଦଳକୁ କିଏ ଚଲାଉଛି ? କାହା କଥାରେ ଦଳ ଚାଲିଛି ? କିଏ ନିଷ୍ପତ୍ତି ନେଉଛି ? ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,ଗଣେଶ୍ୱର ବେହେରା,ବଦ୍ରି ପାତ୍ର ଦଳର ନେତୃତୱଙ୍କ ଠାରୁ ଜବାବ ମାଗୁଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ନିରବତା ଭାଙ୍ଗି ମୁହଁ ଖୋଲୁଛନ୍ତି ବିଜେଡି ସୁପ୍ରିମୋ ।

author

Related Articles

Leave a Reply

Your email address will not be published. Required fields are marked *