
ପ୍ରଶଂସାର ସୁଅ ଛୁଟୁଛି , କାମ ଏମିତି କଲେ ଜନତାଙ୍କ ମୁହଁରେ ଖୁସି କହିଲେ ନସରେ । ନେତା ଏମିତି ହେବ ଦରକାର ଯାହାର କାମରେ ସାରା ରାଜ୍ୟବାସୀଙ୍କ ସ୍ଥିତି ବଦଳିଯିବ । ସମସ୍ୟା ସମାଧାନ ହେବା ସହ ବିକାଶ ବି ଆସିବ । ଟଙ୍କା ଦେଇ ଭୋଟ କିଣିବାକୁ ପଡିବନି କି ରାଜ୍ୟରେ ଆଉ କିଐ ଗରିବ ରହିବେ ନାହିଁ । ହଁ ଦର୍ଶକବନ୍ଧୁ ଆମେ କହୁଛୁ ଭୁବନେଶ୍ୱର ସାଂସଦ ମ୍ୟାଡମ ଅପରାଜିତା ଷଡଙ୍ଗୀଙ୍କ କଥା । ଚାରିଆଡେ ଏବେ ଚର୍ଚ୍ଚାରେ ଅପରାଜିତା ମ୍ୟାଡମ । ଅପରାଜିତାଙ୍କ ପରି ନେତା ଚାହୁଛନ୍ତି ସାଧାରଣ ଜନତା । ଜନତା ଚାହୁଁନାହାନ୍ତି କେବଳ ସଭାମଂଚ କିମ୍ଭା ଅଫିସରଙ୍କ ଗୋଲାମଗିରି କରୁଥିବା ନେତା । ଅଫିସରଙ୍କ ନିର୍ଦ୍ଦେଶରେ ଚାଲୁଥିବା ନେତା ମନ୍ତ୍ରୀ ମାନେ ରାଜନେତା ନାଁରେ କଳଙ୍କ । ନେତା ଏପରି ହେବା ଦରକାର ଯାହାଙ୍କ କଥାରେ ପ୍ରଶାସନ ବାଧ୍ୟ ହେବ ଉନ୍ନତିମୂଳକ କାମ କରିବାକୁ । ଏପରି ନେତା ହିଁ ରାଜ୍ୟର ନେତୃତ୍ୱ ନେଇ ବିକାଶ ଧାରକୁ ଆଗକୁ ନେଇ ପାରିବେ । ତେବେ ଗତକିଛି ଦିନ ତଳେ ଡେରାସ ଅଂଚଳରେ ଘଟିଥିବା ଘଟଣା ସମସ୍ତଙ୍କୁଜଣା । ଡେରାସ ଅଂଚଳରେ କିପରି ସରକାରୀ ଦୁର୍ନିତିକୁ ବିରୋଧ କରି ଲୋକଙ୍କ ସମସ୍ୟାର ସମାଧାନ କରିଥିଲେ ଅପରାଜିତା ସଡଙ୍ଗୀ ।

କେନାଲ ଖୋଳି ଚାଷ ଜମିକୁ ପାଣି ଆଣିଛନ୍ତି ସାଂସଦ ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚାଷୀଙ୍କ ପାଇ ପାଣି ଆଣିଦେଲେ । ବଡବଡିଆ ବାବୁ ମାନଙ୍କର ଦୁର୍ନିତିର ନିଦ ଭାଙ୍ଗିଦେଲେ । ବୁଲଡେଜର ଚଳାଇ କେନାଲ ଖେଳିଲେ । ଏହା ସହ ଚାଷୀଙ୍କ ହାତରେ ନଡିଆ ବାଡେଇ କେନାଲର ଶୁଭାରମ୍ଭ ବି କରିଲେ । ବାକି ଅନ୍ୟ ସମସ୍ୟାର ସମାଧାନ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରି ୭ ଦିନର ସମୟ ବି ଦେଲେ । ଯାହାକୁ ନେଇ ଏବେ ଚାରିଆଡେ ଅପରାଜିତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ନେତା ଏପରି ଲୋକଙ୍କ ସେବା ପାଇଁ ମାଟି କାଦୁଅରେ ପଶିଲେ ରାଜ୍ୟରେ ସମସ୍ୟା ରହିବନି ।ରାଜ୍ୟରେ ଅପିସର ରାଜନୀତି ଚାଲିବନି ବୋଲି ବଡବଡିଆଙ୍କ ମତ ରହିଛି । ତେବେ ସତରେ କଣ ଅନ୍ୟ ନେତା ମନ୍ତ୍ରୀ ମାନେ ଏଥିରୁ ଶିକ୍ଷା ଲାଭ କରି ରାଜ୍ୟର ବିକାଶରେ ନିଜକୁ ନିୟୋଜିତ କରିବର ନା ଅପସର ରାଜନୀତିରେ ଚାଲିବେ ତାହା ଦେଖିବାକୁ ଅପେକ୍ଷା
ରିର୍ପୋଟ – ଡିମ୍ପଲ ସ୍ୱାଇଁ