ଏକ ସାଇକେଲ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ପୋଲିସ । ସେମାନଙ୍କ ନିକଟରୁ ୧୧ ଟି ଚୋରି ସାଇକେଲ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଭଞ୍ଜନଗର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କିଛିଦିନ ତଳେ ସାଇକେଲ ଚୋରୀ ନେଇ ବୁଗୁଡା ଥାନାରେ ୭ଟି କେଶ୍ ରୁଜ୍ଜୁ କରା ଯାଇଥିଲା, ଏହାର ତଦନ୍ତ ଭାର ବୁଗୁଡା ଥାନା ସବଇନିସ୍ପେକ୍ଟର ସମୀର କୁମାର ସେଠୀ ନେଇଥିବାବେଳେ ସେ ସିସିଟିଭି ରୁ କିଛି ସୁରାକ ପାଇ ବିଭିନ୍ନ ସାଇକେଲ ଦୋକାନରେ ଚଢ଼ାଉ କରି ଜଗନ୍ନାଥ ପ୍ରସାଦ ଅଞ୍ଚଳର କାହ୍ନୁ ଚରଣ ପଣ୍ଡାଏବଂ ସନ୍ଦୀପ କୁମାର ସାହୁ ଓରଫ ବିଜୁ କୁ କାବୁ କରିଥିଲେ ଏହି ଚଢ଼ାଉରେ ବୁଗୁଡ଼ା ଥାନା ଏସ ଆଇ ଜ୍ୟୋତିଶ୍ରୀ ସାହୁ, ଏ ଏସ ଆଇ ଆର. କେ ମହାପାତ୍ର, ସୁମନ୍ତ କୁମାର ବେହେରା, ବାପୁଜୀ ଖଣ୍ଡଗିରି ସାମିଲ ରହିଥିଲେ,ଏହି ଗ୍ୟାଙ୍ଗରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବାନେଇ ବୁଗୁଡା ଥାନା ପୋଲିସ ତଦନ୍ତ ଜାରୀ ରଖିଛି ।

You can share this post!
author