ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମେନ ମାର୍କେଟରେ ଥିବା ସାଇ ଟ୍ୟୁଟୋରିୟାଲର-୨୦୨୩ର ଆଜି ଅନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବାର୍ଷିକ କ୍ରୀଡ଼ା ସହିତ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ହୋଇଯାଇଛି । ସାଇ ଟ୍ୟୁଟୋରିୟାଲର ଗୁରୁମା, ଗୁରୁଜୀ ଦାମୋଦର ସାହୁ, ଧିରେନ କୁମାର ମହାନ୍ତି, ଜଗନ ବେହେରା, ନିବେଦିତା ଜେନା, ସୁବାଷ ଚନ୍ଦ୍ର ମଣ୍ଡଳ, ସାରଦା ପ୍ରସନ୍ନ ମଣ୍ଡଳ ଛାତ୍ର ଛାତ୍ରୀଙ୍କୁ ଗୀତ, , ଜଣା-ଅଜଣା, ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ । ଉକ୍ତ ସାଇ ଟ୍ୟୁଟୋରିୟାଲ ଅନୁଷ୍ଠାନଟି ୨୦୧୦ ସ୍ଥାପିତ ହୋଇ ଏଜାବତ ବ୍ରହ୍ମାବରଦା ଅଞ୍ଚଳରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଜ୍ଝଛାତ୍ର ଛାତ୍ରୀ ମନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଜିଲ୍ଲା ସ୍ଥାରରେ ସୁନାମର୍ଜନ କରି ପିତା ମତାଙ୍କ ନାମକୁ ସୁଖ୍ୟାତି କରିପାରୁଛନ୍ତି । ଅନୁଷ୍ଠାନ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଅଧକ୍ଷ ପ୍ରମୋଦ କୁମାର ସାହୁ ମତ-ବ୍ୟକ୍ତ କରିଛନ୍ତି ।

Tags:
You can share this post!
author
Related Articles
ନବୀନ ପୋଛି ନେଲେ ୭ଆସନ
- February 7, 2025
ଜେଲ ଗଲେ ବବିଙ୍କ ଭାଇ
- November 23, 2024