ସାତମାସରେ ବିଫଳ ମୋହନ….!

ସାତମାସରେ ବିଫଳ ମୋହନ….!

ଓଡିଶାକୁ ନେଇ କଣ ରହିଛି ମୋହନ ସରକାରଙ୍କ ଆଭିମୁଖ୍ୟ ? ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ମୋହନ ସରକାର ଆଣିଥିବା ବଜେଟ ଏବେ ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇନାହିଁ । ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ସାତ ମାସ ବିତିଯାଇଥିଲେ ସୁଦ୍ଧା ବଜେଟର ଅଧା ବି ଖର୍ଚ୍ଚ ହୋଇନାହିଁ । ନିଜକୁ ଲୋକଙ୍କ ସରକାର କହିବୋଲାଉଥିବା ବିଜେପି କାହିଁକି ଲୋକଙ୍କ ପାଇଁ ଖର୍ଚ୍ଚ କରୁନାହିଁ । ହଁ ଆଜ୍ଞା 24 ବର୍ଷ ପରେ ଓଡିଶାବାସୀ ଏତ ନୂଆ ସରକାର ଦେଖିଲେ । ଏବଂ ନୂଆ ସରକାର ଲୋକଙ୍କ ପାଇଁ ବହୁ ନୂଆ ନୂଆ ଯୋଜନା ଆଣି ଓଡିଶାବାସୀଙ୍କୁ ଭେଟି ଦେଉଛନ୍ତି । ହେଲେ ମୋହନ ମାଝୀଙ୍କ ସରକାରର କଣ ରହିଛି ଆଭିମୁଖ୍ୟ ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରୁନାହିଁ ।

ନୂଆ ନୂଆ ଯୋଜନା ପାଇଁ ନୂଆ ସରକାରରେ 2 ଲକ୍ଷ 65 ହଜାର କୋଟିର ବଜେଟ ଆସିଥିଲା । କିନ୍ତୁ ଆର୍ଥିକ ବର୍ଷ ଶେଷ ହେଉଥିବା ବେଳେ ଏବେ ପର୍ଯ୍ୟନ୍ତ 31% ରୁ କମ ଅର୍ଥ ଖର୍ଚ୍ଚ ହୋଇଛି । 11ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ବଜେଟରୁ 30% କମ ଖର୍ଚ୍ଚ କରିଛନ୍ତି । ବଜେଟ ଖର୍ଚ୍ଚରେ ସବୁଠାରୁ କମ ଖର୍ଚ୍ଚ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ତେବେ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ବଜେଟ ଖର୍ଚ୍ଚ କରିବାରେ କାହିଁକି ବିଫଳ ମୋହନଙ୍କ ସରକାର । ଟାର୍ଗେଟ କରିଛି ବିରୋଧି ବିଜେଡି । ବିଜେଡି କହିଛି ମୋହନ ସରକାର ନିଜର ପ୍ରଚାର ପ୍ରସାରରେ ମାତିଛନ୍ତି ଯେଉଁଥିପାଇଁ ନିଜ ବିଭାଗକୁ ସମୟ ଦେଉନାହାନ୍ତି । ପ୍ରତି ଅଞ୍ଚଳରେ ସରକାରୀ କାମ ଠପ୍ ହୋଇଯାଇଛି । ଯଦି ବଜେଟକୁ ଠିକ ଭାବରେ ଖର୍ଚ୍ଚ କରାନଯାଏ ଏହା ଫେରିଯିବାର ସମ୍ଭାବନା ମଧ୍ୟ ରହିଛି । ସେପଟେ ଏହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ମାର୍ଚ୍ଚ 31 ପୂର୍ବରୁ ଶତପ୍ରତିଶତ ବଜେଟ ଖର୍ଚ୍ଚ କରିବା ପାଇଁ ବିଜେପି ସରକାର ଚେଷ୍ଟା କରିବ ।

ସେପଟେ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର ଆଉ ଦିନ କେଇଟା ରହିଲା । ଆସନ୍ତା ମାର୍ଚ୍ଚରେ ନୂଆ ବଜେଟ ଆସିବା ପାଇଁ ଯାଉଛି କିନ୍ତୁ ମୋହନଙ୍କ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ପାଇଁ ଏବେ ଆକାଶ କୟାଁ ଚିଲିକା ମାଛ ସଦୃଶ ହୋଇ ରହିଯାଇଛି । ତେବେ ଏହି କଥାକୁ ନେଇ ବଢିଥିବା ରାଜନୈତିକ ବୟାନ ବାଜି ଆଗାମୀ ଦିନରେ କେଉଁ ମୋଡ ନେଉଛି ଏବଂ ବଜେଟକୁ ଓଡିଶା ବାସୀଙ୍କ ପାଇଁ ଖର୍ଚ୍ଚ କରିବାରେ କେତେ ସଫଳ ହେଉଛନ୍ତି ମୋହନଙ୍କ ସରକାର ।

author

Related Articles

Leave a Reply

Your email address will not be published. Required fields are marked *