ସାଧାରଣତନ୍ତ୍ର ଦିବସ ପାଳିତ, ଯୋଗଦେଲେ ବିଧାୟକ

ସାଧାରଣତନ୍ତ୍ର ଦିବସ ପାଳିତ, ଯୋଗଦେଲେ ବିଧାୟକ

ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ୯ ଟା ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁମାରୀ ଦାସ, ଉପାଧ୍ୟକ୍ଷା ଭାରତୀ ମହାରଣା ଯୋଗ ଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ଅଶୋକ ସ୍ତମ୍ଭ ର ଶୁଭ ଉଦଘାଟନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବାଶିଷ ସାମଲ, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଆସ୍କା ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ, ଯୁବ ନେତା ଅରୁଣ କୁମାର ଖୁଣ୍ଟିଆ, ଜଗନ୍ନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମ କର୍ତ୍ତା ମାନେ ସହଯୋଗ କରିଥିଲେ

author

Related Articles

Leave a Reply

Your email address will not be published. Required fields are marked *