ବିକାଶ ବନାମ ସମସ୍ୟା ପ୍ରଶ୍ନକୁ ନେଇ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ନେତା ଓ କର୍ମୀ ମାନେ । ଗଞ୍ଜାମ ଜିଲ୍ଲାର 13ଟି ବିଧାନସଭା ଆସନ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ । ବର୍ତ୍ତମାନ ସୁଦ୍ଧା 3ଟି ସାଧାରଣ ନିର୍ବାଚନର ସାମ୍ମନା କରିଛି ଏହି ନିର୍ବାଚନ ମଣ୍ଡଳୀ । 2009 ମସିହାରେ ପ୍ରଥମ ଥର ପାଇଁ ସାନଖେମୁଣ୍ଡିରେ ନିର୍ବାଚନ ହୋଇଥିଲା । ସେବେ ଠାରୁ କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇ ଆସୁଛି ଜୋରଦାର ଲଢେଇ । କେତେବେଳେ କଂଗ୍ରେସ ତ କେତେବେଳେ ବିଜେଡି ସାନଖେମୁଣ୍ଡି ଆସନକୁ ଦଖଲ କରିନେଉଛନ୍ତି । ବର୍ତ୍ତମାନର ବିଧାୟକ ଅଛନ୍ତି କଂଗ୍ରେସର ରମେଶ ଚନ୍ଦ୍ର ଜେନା । ପ୍ରତିଥର କଂଗ୍ରେସର ରମେଶ ଜେନା ଓ ବିଜେଡିର ନନ୍ଦିନୀ ଦେବୀଙ୍କ ମଧ୍ୟରେ ହୋଇଆସୁଛି ଜୋରଦାର ଲଢେଇ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରୁ କାହାର ବିଜୟ ହେବ ?

You can share this post!
author
Related Articles
ମୋହନ ବାଣ୍ଟିବେ ଭୋଜି ଖାଇବାକୁ ଯିବେ ନବୀନ !
- May 30, 2025
ଗଡିବନି ନବୀନଙ୍କ ବସ୍ ମୋହନ ହେବେ ନାକେଦମ୍ !
- May 30, 2025