ସାପକୁ ବେକରେ ପକାଇ ଭିକ୍ଷା ମାଗୁଥିବା ବେଳେ ମାଡିବସିଲା ବନ ବିଭାଗ

ସାପକୁ ବେକରେ ପକାଇ ଭିକ୍ଷା ମାଗୁଥିବା ବେଳେ ମାଡିବସିଲା ବନ ବିଭାଗ

ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ ପନ୍ତିଖାରୀ ଗ୍ରାମରେ ଜଣେ ସାପ ଧରାଳି ଗୋଟିଏ ଅଜଗର ସାପକୁ ନିଜ ବେକରେ ଗୁଡ଼ାଇ ଗାଁ ଗାଁ ବୁଲି ଭିକ ମାଗୁଥିବା ବେଳେ ବନବିଭାଗ ନଜର ରେ ପଡିଥିଲା।ବନବିଭାଗ ଯୁବକକୁ ଗିରଫ କରିବା ସହିତ ସାପ କୁ ଉଧାର କରି ଜଙ୍ଗଲରେ ଛାଡ଼ିଛି । ଯୁବକ ଜଣକ ସୋରଡା ଗ୍ରାମର ଜାନକୀ ଦାସ(୩୨) ବୋଲି ଜଣାପଡିଛି । ସେ ଗତ କିଛିଦିନ ହେଲା ନିଜ ସମ୍ପର୍କୀୟ ଘର କୋକଲୁଣ୍ଡା ଗ୍ରାମରେ ରହି ଗାଁ କୁ ଗାଁ ବୁଲି ନିଜ ବେକରେ ଅଜଗର ସାପଟିକୁ ଗୁଡ଼ାଇ ଭିକ୍ଷା ମାଗୁଥିଲା । ଗାଁରେ ସାପକୁ ଦେଖି କିଛି ଲୋକ ଭୟଭୀତ ହୋଇ ବନବିଭାଗକୁ ସୂଚନା ଦେଇଥିଲେ । ବନ୍ୟପ୍ରାଣୀ ଙ୍କୁ ସେ ବ୍ୟବହାର କରି ଭିକ୍ଷା ମାଗୁଥିବାରୁ ଏହା ଆଇନ ବିରୁଦ୍ଧ କାର୍ଯ୍ୟ ସୂଚାଇ ଯୁବକକୁ ଗିରଫ କରାଯାଇଛି । ଏହା ସହିତ ତାହାର ଗୋଟିଏ ସାଇକଲ ପ୍ରାୟ ୨୦ କିଲୋ ଚାଉଳ ଓ ଭିକ୍ଷା ମାଗିଥିବା ପାଞ୍ଚଶହ ଟଙ୍କା ଜବତ କରାଯାଇଛି।ଶେଷରେ ଉଦ୍ଧାର କରାଯାଇଥିବା ଅଜଗରକୁ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିବା କଥା ପ୍ରକାଶ କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମାହାନ୍ତି।

author

Related Articles

Leave a Reply

Your email address will not be published. Required fields are marked *