ସାମ୍ନାକୁ ଆସିଲା ଅଭିଯୋଗ ଶୁଣାଣିର କଳା ସତ…

ସାମ୍ନାକୁ ଆସିଲା ଅଭିଯୋଗ ଶୁଣାଣିର କଳା ସତ…

ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର କଳା ସତ । ମୋଟା ଅଙ୍କର ଟଙ୍କା ନେଇ ଅଭିଯୋଗ ଶୁଣୁଛନ୍ତି ତଥାପି ସମାଧାନ ନାହିଁ । ଏପରି କିଛି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ସାଧାରଣ ଲୋକ କରିଛନ୍ତି । କିଛି ଏଜେନ୍ସି ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆଣିବା ନିମନ୍ତେ ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡପ କରିଥିବା ଅଭିଯୋଗ ଆଣିଥିଲେ । ଏପରିକି ତାଙ୍କୁ ଖାଇବାକୁ ଦେଇନଥିବା ସହ ଭୁବନେଶ୍ୱରରେ ତାଙ୍କୁ ଛାଡି ପଳେଇଥିବା ଅଭିଯୋଗ ଆସିଛି । ଫଳରେ କାଇଁ କେଉଁଆଡୁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହୋଇଥିବା ନିଜେ ମତପ୍ରକାଶ କରିଛନ୍ତି ।

ତେବେ ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ଘୋଷଣା କରିଥିଲେ । ଏପରିକି କିଛି ସପ୍ତାହ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସେହି ଅଭିଯୋଗ ଶୁଣାଣି ପଛର ରହସ୍ୟ ଦାଣ୍ଡରେ ପଡି ହାଟରେ ଗଡୁଛି । ମୋଟା ଅଙ୍କର ଟଙ୍କା ଦେଇ କାଇଁ କେଉଁଆଡୁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ କେତେବେଳେ ଅଭିଯୋଗ ପ୍ରକୋଷ୍ଠରେ ତାଲା ଝୁଲୁଛି ତ ଆଉ କେତେବେଳେ ମନ୍ତ୍ରୀ ଦେଖାନକରି କେବଳ ଫର୍ମ ନେଇଯାଉଥିବା ମଧ୍ୟ ଅଭିଯୋଗ ଆସୁଛି । ତଥାପି ଅଭିଯୋଗ ଶୁଣାଣି ପରେ କେତେ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲା, ଏବଂ କେତେ ଅଭିଯୋଗର ସମାଧାନ ମୁଖ୍ୟମନ୍ତ୍ରୀ କରିଥିଲେ ତାର ଲମ୍ବା ଚଉଡା ଚିଠା ଗଣମାଧ୍ୟମ ଆଗରେ ରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ଏବେ ନିଜେ ଅଭିଯୋଗକାରୀ ଯେଉଁ ରହସ୍ୟ ପଦାରେ ପକାଇଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ମିଛ ବୋଲି ଇସାରା ଦେଉଛି ।

author

Related Articles

Leave a Reply

Your email address will not be published. Required fields are marked *