ସାମ୍ନାକୁ ଆସିଲା ପାକିସ୍ତାନର ଅସଲ ମୁଖା । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଉତ୍ତେଜନା ଭିତରେ ସତ ମାନିଛି ପାକିସ୍ତାନ । 2019 ପୁଲାୱମା ଆତଙ୍କୀ ହମଲାରେ 40 ଯବାନଙ୍କ ମୃତ୍ୟୁ ପଛରେ ପାକିସ୍ତାନର ସମ୍ପୃକ୍ତି ଥିବା ମାନିଛି । ଏକ ସମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଏୟାର ଭାଇସ ମାର୍ସଲ ଔରାଙ୍ଗଜେବ ଅହମ୍ମଦ କହିଛନ୍ତି ପୁଲୱାମା ଆକ୍ରମଣ ପାକିସ୍ତାନର ଏକ ରଣକୌଣଳ ଥିଲା । ୨୦୧୯ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି ନଥିବା ନେଇ ସଫେଇ ଦେଇଆସୁଥିଲା ପାକିସ୍ତାନ ସରକାର । ଏବେ ପାକିସ୍ତାନର ଏଭଳି ବୟାନ ପରେ ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଔରାଙ୍ଗଜେବ ଅହମ୍ମଦ କହିଛନ୍ତି, ଯଦି ପାକିସ୍ତାନର ଜଳ, ସ୍ଥଳ, ଆକାଶ ଉପରକୁ ବିପଦ ଆସିବ, ତେବେ ଏଥିରେ କୌଣସି ବୁଝାମଣା ହୋଇପାରିବ ନାହିଁ ।

You can share this post!
author