ସାରା ଓଡିଶାରେ ଲାଗି ରହିଛି ବର୍ଷା

ସାରା ଓଡିଶାରେ ଲାଗି ରହିଛି ବର୍ଷା


ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୩ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡ ଦେଇ ଗତି କରିବ । ଏନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଂଚଳିକ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଓଡିଶାରେ ବର୍ଷାର ପ୍ରଭାବ ଦେଖାଗଲାଣି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଜିଲ୍ଲାରେ ବର୍ଷାର ପରିମାଣ ବଢିବାରେ ଲାଗିଛି । ଏହି ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *