ଓଡିଶା ରାଜନୀତିରେ ଏବେ ଗୋଟିଏ ଜଣାଶୁଣା ନାଁ ହୋଇଯାଇଛି ଅରିନ୍ଦମ ରାୟ । ଅଭିନୟ ଜଗତରେ ଯେତିକି ସକ୍ରିୟ ତାଠାରୁ ଅଧିକା ସକ୍ରିୟ ତାଙ୍କୁ ଏଥର ରାଜନୀତି ମଇଦାନରେ ଦେଖିବାକୁ ମିଳିଥିଲା । ସାଲେପୁରରୁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଥିବା ଅରିନ୍ଦମ ରାୟ ଯେତେବେଳେ ବିଜେଡି ଛାଡିଥିଲେ ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଖୋଦ ସାଙ୍ଗଠନିକ ସଂପାଦକ ବବି ଦାସଙ୍କ ଶଳା ହେଉଛନ୍ତି ଅରିନ୍ଦମ ରାୟ । ସକାଳେ ଦଳ ଛାଡିଲେ ରାତିରେ ବିଜେପିରେ ମିଶିଲେ । ଏହାପରେ ଏହି ଦୁଇ ନେତାଙ୍କୁ ନେଇ ଓଡିଶା ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଲା । କିଏ କହିଲା ଅରିନ୍ଦମଙ୍କୁ ବବି ଦାସ ଟିକେଟ ଦେଲେନି ବୋଲି ଦଳ ଛାଡିଲେ ତ ଆଉ କିଏ କହିଲା ଶଳା ଭିଣୋଇ ଦୁହେଁ ମିଶି ଷଡଯନ୍ତ୍ର କରିଛନ୍ତି । ଇଭିଏମ ମେସିନରେ ସିଲ ହୋଇଯାଇଛି ଅରିନ୍ଦମଙ୍କ ଭାଗ୍ୟ । ଅରିନ୍ଦମ ରାୟ ରାଜନୀତିରେ ଅଭିଜ୍ଞ ସତ କିନ୍ତୁ କେବେ ବି ନିର୍ବାଚନ ମଇଦାନକୁ ଓହ୍ଲାଇ ନଥିଲେ କିନ୍ତୁ ଏଥର ନୂଆ କରି ମଇଦାନକୁ ଓହ୍ଲାଇଥିବା ଏହି ବିଜେପି ନେତା ସାଲେପୁରରେ ନିଜର ଜନସମ୍ପର୍କ ବୃଦ୍ଧି କରିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଥିଲେ । ଯେଉଁଥିପାଇଁ ଚର୍ଚ୍ଚା ହେଉଛି ଏଥର ସାଲେପୁରରେ ବିଜେଡିର ଗଡ ଭାଙ୍ଗିପାରେ । ଅନ୍ୟପଟେ ଆସନ୍ତାକାଲି ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଅତ୍ୟଧିକ ବିଧାନସଭା ସିଟ ଓ ଲୋକସଭା ସିଟ ହାତେଇଛି । ଯାହାକୁ ନେଇ ବିଜେପି ନେତାଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖାଯାଇଛି ଯେ ଚଳିତ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ତେବେସାଲେପୁର ଗଣିତ ବିଗାଡିବାରେ କେତେ ସଫଳ ହେଉଛନ୍ତି ବିଜେପି ନେତା ଅରିନ୍ଦମ ରାୟ ତାହା କାଲି ଜଣାପଡିବ ।

You can share this post!
author