ସାହାଜଖୋଳ ଜଙ୍ଗଲର ସୂରକ୍ଷା ଲାଗି ଗଣଧାରଣା | ଆମପାଣିଠାରେ ଜାତୀୟ ରାଜପଥ ଅବରୋଧ,ଅଖ ଚକ ବନ୍ଦ | ସାହାଜଖୋଳ ବଞ୍ଚିଥାଉ, ଜଙ୍ଗଲ ଆମର ମା’ ତାର ସୁରକ୍ଷା ଲାଗି ପଛଘୁଞ୍ଚା ଦେବୁନାହିଁ ଏଭଳି ନାରା ଲଗାଇ ଆଜି ରାଜ ରାସ୍ତାକୁ ଅବରୋଧ କରି ବସିଛନ୍ତି ସାହାଜଖୋଳ ବନ ସୁରକ୍ଷା ସମିତି। ଆଉ ରାସ୍ତାର ୨ ପାର୍ଶ୍ଵରେ ଅଟକି ରହି ଶହ ଶହ ଗାଡ଼ି ମୋଟର।ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ବେହେରା ଓ ଆମପାଣି ଫରେଷ୍ଟ ସେକ୍ସନ ଅଧିନରେ ଥିବା ସାହାଜଖୋଳ ସଂରକ୍ଷିତ ଜଙ୍ଗଲ ମକା ଓ କାଠ ମାଫିଆଙ୍କ କବ୍ଜାରେ ରହି ଜଙ୍ଗଲ ଉଜୁଡି ଗଲାଣି। ବାରମ୍ବାର ବିଭାଗକୁ ବନ ସୁରକ୍ଷା ସମିତିର ଦାବି କରିବା ସତ୍ତ୍ୱେ କୈାଣସି ଦୃଷ୍ଟି ପଡ଼ି ନାହଁ। ଯାହାକୁ ନେଇ ଆଜି ବନ ସୁରକ୍ଷା ସମିତିର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ବରେ ଆମପାଣି ଫରେଷ୍ଟ ଅଫିସ୍ ସାମ୍ନାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ମଟର ଅଟକି ରହିବା ଫଳରେ କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍ ହୋଇଛି।
