ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ?

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ?

ଜାଣନ୍ତୁ ଓଡ଼ିଶାକୁ ଆଣିବେ କଣ ?

୬ଦିନିଆ ସିଙ୍ଗାରପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ପ୍ରଥମେ ସେ ଦିଲ୍ଲୀ ରେ ପହଂଚିବା ପରେ ପରେ ସେଠାରୁ ସେ ସିଙ୍ଗାପୁର ଯାଇଛନ୍ତି . ତେବେ ନଭେମ୍ବର ୧୭ରୁ ୨୦ ଯାଏ ୩ ଦିନିଆ ସିଙ୍ଗପୁର ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞି ଆକର୍ଷଣ କରିବେ .ଏହାସହିତ ଏହି ଗସ୍ତରେ ଓଡିଶାକୁ କଣ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ?

ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ସେମ୍ବକର୍ପ ଇଣ୍ଡଷ୍ଟ୍ରିଜ ଲିମିଟେଡର ସଭାପତି ତଥା ସିଇଓ ଶ୍ରୀ ୱଙ୍ଗ କିମ ୟିନ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି . ଆଲୋଚନାରେ ସେମ୍ବକର୍ପ ଆଗାମୀ ଆମୋନିଆ ପ୍ରକଳ୍ପ ଉପରେ ଧ୍ୟାନ ଦିଆଯାଇଥିଲା .ସେହିପରି ସିଙ୍ଗାପୁରରେ ଓରିଣ୍ଡ ସିଙ୍ଗାପୁର ପିଟିଇ ଲିମିଟେଡର ଅଧକ୍ଷ ରବିନ ଝୁନଝୁନୱାଲାଙ୍କ ସହ ଏକ ବୈଠକ ହୋଇଥିଲା . ଯିଏକି ଜୈବ ସାର କ୍ଷେତ୍ରରେ ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ .ସେହିପରି ସିଙ୍ଗାପୁରରେ ଭିସା ଗ୍ରୁପ ଲିମିଟେଡର ପ୍ରମୋଟର ବିବେକ ଅଗ୍ରୱାଲଙ୍କ ସହ ବୈଠକ ହୋଇଥିଲା . ମୁଖ୍ୟମନ୍ତ୍ରୀ ରାଜ୍ୟର ଇସ୍ପାତ ଏବଂ ଫେରୋକ୍ରୋମ ଶିଲ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ .

ତେବେ ଏହି ଗସ୍ତ ସମୟରେ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ ବୁଲିଦେଖିବେ ମୁଖ୍ୟମନ୍ତ୍ରୀ . ତେବେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗପୁର ଯିବା ପଛରେ ବଡ କାରଣ ରହିଛି . ମଖ୍ୟମନ୍ତ୍ରୀ ଆସନ୍ତା ୫ବର୍ଷରେ ୫ଲକ୍ଷ କୋଟିର ପୁଞି ନିବେଶ ଯୋଜନା ରହିଛି . ସିଙ୍ଗାପୁର ଗସ୍ତରେ ଯିବା ର୍ପୂବରୁ ଗଣମାଧକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ୟବସାୟ ପାଇଁ ଓଡିଶା ପ୍ରସ୍ତୁତ ଅଛି .ବିକଶିତ ଓଡ଼ିଶା ଗଠନ ପାଇଁ ପୁଞି ନିବେଶକ ମାନଙ୍କୁ ନିମନ୍ତ୍ରଣ କରିବୁ .

ତେବେ ଏହି ଗସ୍ତ ସମୟରେ ସିଙ୍ଗାପୁରରେ ଡେପୁଟି ପ୍ରାଇମ ମିନିଷ୍ଟର ,ଶିଳ୍ପମନ୍ତ୍ରୀ ,ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଅନେକ ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ . ଏହାସହିତ କେମିକାଲ ,ପେଟ୍ରୋ କେମିକାଲ ,ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ କ୍ଷେତ୍ର .ପେଟ୍ରୋ କେମିକାଲ୍ସ ହବ ,ଜୁରୋଙ୍ଗ ପେଟ୍ରୋକେମିକାଲ୍ସ ରିଜିଅନ ,ଟୁଆସ ପୋର୍ଟ ଅଦି ପ୍ରଦର୍ଶନ କରାଯିବ . ତେବେ ଓଡ଼ିଶାରେ ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ ,ଶିଳ୍ପ ନୀତି ନେଇ ବିଷୟରେ ଆଲୋଚନା ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ .

author

Related Articles

Leave a Reply

Your email address will not be published. Required fields are marked *