ସିଧା ଉପରେ ଆସି ପଡ଼ିଲା ଚମିକି ପଡିଲେ ମୋହନ

ସିଧା ଉପରେ ଆସି ପଡ଼ିଲା ଚମିକି ପଡିଲେ ମୋହନ

ଆକାଶରେ ଉଡୁଥିଲା ସିଧା ଉପରେ ଆସି ପଡ଼ିଲା .ଉପରେ ପଡ଼ିଲା ଡ୍ରୋନ ଚମିକି ପଡିଲେ ମୋହନ! ଏତେ ସୁରକ୍ଷା କର୍ମୀ କୁଆଡେ ଗଲେ ? ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି .ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ .ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଏଭଳି ବଡ଼ଧରଣର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି . ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି . ତେବେ ମୁଖ୍ୟମନ୍ତ୍ରୀ ଝାଡେଶ୍ୱର ମନ୍ଦିରକୁ ପ୍ରବେଶ କରିବାକୁ ଯାଉଥିବା ସମୟରେ ଏକ ଡ୍ରୋନ ତାଙ୍କ ପାଖରେ ଖସିପଡ଼ିଥିଲା . ଡ୍ରୋନଟି ହଠାତ ଉପରୁ ଖସି ପଡ଼ିବାରୁ ଚମକି ପଡ଼ିଥିଲେ ମୁଖ୍ୟମନ୍ତ୍ରୀ . ଡ୍ରୋନ ଖସିବା ପରେ ସୁରକ୍ଷା ଦାୟିତ୍ୱରେ ଥିବା ପିଏସଓ ଉପସ୍ଥିତ ପୋଲିସ ଉକ୍ତ ଡ୍ରୋନକୁ ପାଦରେ ଏଡାଇଦେଇଥିଲେ .

ତେବେ ଏହି ଡ୍ରୋନ କିହିଁକି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଉଠୁଥିଲା କେହି ଫଟୋ ଉଠାଇବାକୁ ଉଡ଼ାଉଥିଲେ ନା ଅନ୍ୟ କୌଣସି କାରଣ ରହିଛି ତାହା ଜଣାପଡ଼ିନାହିଁ . ଝାରସୁଗୁଡ଼ା ଗସ୍ତ ଅବସରରେ ଝାଡେଶ୍ୱର ମନ୍ଦିର ନିକଟରେ ଏକ ଇକୋ ପାର୍କର ଭିତିପ୍ରସ୍ତର ସ୍ଥାପନ କରିଥିଲେ . ଏହି ପ୍ରକଳ୍ପ ପାଇଁ ଏମସିଏଲ ତରଫରୁ ମୋଟ ୨କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି .ଯାହାକି ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ନୂତନ ଗତି ଦେବା ସହ ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ .

ଏହାପରେ ୨୩ ତମ ଜିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୫ ର ପ୍ରଥମ ଦିନରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ .ଏହି ଅବସରରେ ଯୋଗଦେଇଥିବା ଜିଲ୍ଲାର ସମସ୍ତ ମାତୃଶକ୍ତି ,ଗୁରୁଜନ,ଭାଇ ଓ ଭଉଣୀ ,ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କୁ ଶୁଭକାମନା ଜଣ|ଇଥିଲେ ଏବଂ ବିକଶିତ ଓଡିଶା , ବିକଶିତ ଝାରସୁଗୁଡ଼ା ଗଠନ ପାଇଁ ସମସ୍ତେ ଏକ ହୋଇ ଦୃଢ଼ ସଂକଳ୍ପ ନେବା ପାଇଁ କହିଥିଲେ .

author

Related Articles

Leave a Reply

Your email address will not be published. Required fields are marked *