ସିମେଣ୍ଟ ଖଣ୍ଡ ଖଣ୍ଡହୋଇ ପଡୁଛି

ସିମେଣ୍ଟ ଖଣ୍ଡ ଖଣ୍ଡହୋଇ ପଡୁଛି


କେନ୍ଦ୍ରାପଡ଼ା ଜ଼ିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ତିଗିରିଆର ସ୍କୁଲ ବିପଦ ଅବସ୍ଥାରେ | ବିଦ୍ୟାଳୟକୁ ଲାଗିଥିବା ବାତ୍ୟା ଆଶ୍ରୟସ୍ଥଳୀର ସିମେଣ୍ଟ ଖଣ୍ଡ ଖଣ୍ଡ କରି ପଡୁଛି | ବିଦ୍ୟାଳୟରେ ପଢୁଥିବା କୋମଳ ମୋତି ଛାତ୍ର ଛାତ୍ରୀଙ୍କ ସହ କେତେବେଳେ ଅଘଟଣ ନ ଘଟିବ ତାହା କହିହବନି | ବାରମ୍ବାର ବାତ୍ୟା ଆଶ୍ରୟସ୍ଥଳୀକୁ ଭାଙ୍ଗିବା ପାଇଁ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଗ୍ରାମବାସୀ ବ୍ଲକ ପ୍ରଶାସନ ଓ ଜ଼ିଲ୍ଲାପାଳ ନିକଟରେ ଅଭିଯୋଗ କରିବା ସ୍ୱତେ ଫଳ ଶୂନ | ଆଜିକୁ ତିନି ବର୍ଷ ହେବ ବିପଦ ପୂର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟ ଅଛି | କିନ୍ତୁ ଦୁଃଖର ବିଷୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ତିଗିରିଆ ଉପରେ କାହାର ନଜର ପଡ଼ୁନାହିଁ | ଖାଲି ସେତିକି ନୁହେଁ ସ୍କୁଲ ରେ ଥିବା ନଳକୂପ ଅଚଳା ଅବସ୍ଥାରେ ପଡିରହୁଛି | ସ୍କୁଲର କ୍ୟାମ୍ପନ୍ସ ଚାରିପଟେ ପାଚେରୀ ନିର୍ମାଣ ନ ହେବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବି. ଡି. ଓ.ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କିଛି କହିପାରିବିନି କହି ସିଧା ସଳଖି ମନା କରିଥିଲେ |ତେବେ ସ୍କୁଲରେ ପାଚେରୀ ନ ବୁଲା ହୋଇଥିବାରୁ ପିଲାମାନେ ବାହାରକୁ ଖେଳିବାକୁ ଯାଉଛନ୍ତି . ସ୍କୁଲର ନଳକୂପ ସମସ୍ୟା ଅଛି ପାଣି ଦୂଷିତ ହେଇଯାଇଛି ଯୋଉ ନଳକୂପ ଅଛି ପିଇବା ପାଇଁ ଉପଯୋଗୀ ନୁହେଁ.ଏନେଇ ପ୍ରଧାନ ଶିକ୍ଷକ କଣ କହୁଛନ୍ତି ଶୁଣନ୍ତୁ ?

author

Related Articles

Leave a Reply

Your email address will not be published. Required fields are marked *